Below header

ଲଗାଣ ବର୍ଷା ପାଇଁ ବନ୍ଦ ହେଲା ଶିମିଳିପାଳ ଅଭୟାରଣ୍ୟ

ଲଗାଣ ବର୍ଷା ପାଇଁ ଆଜି ଶିମିଳିପାଳ ବନ୍ଦ । ଶିମିଳିପାଳ ଅଭୟାରଣ୍ୟରେ ଲଗାଣବର୍ଷା ଯୋଗୁଁ ରାସ୍ତା ଖରାପ । ଗତକାଲି ବରେଇପାଣିରେ ସର୍ବାଧିକ ୨୫ ଏମ ଏମ ବର୍ଷା ରେକର୍ଡ କରାଯାଇଛି ।

କରଞ୍ଜିଆ (କେନ୍ୟୁଜ): ଲଗାଣ ବର୍ଷା ପାଇଁ ଆଜି ଶିମିଳିପାଳ ବନ୍ଦ । ଶିମିଳିପାଳ ଅଭୟାରଣ୍ୟରେ ଲଗାଣବର୍ଷା ଯୋଗୁଁ ରାସ୍ତା ଖରାପ । ଗତକାଲି ବରେଇପାଣିରେ ସର୍ବାଧିକ ୨୫ ଏମ ଏମ ବର୍ଷା ରେକର୍ଡ କରାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଜଙ୍ଗଲ ରାସ୍ତା କାଦୁଅ ହୋଇଯିବାରୁ ବନ ବିଭାଗ ଜାତୀୟ ଉଦ୍ୟାନକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲା। ଫଳରେ ଉଦ୍ୟାନର ଜଙ୍ଗଲ ଭିତରକୁ ଯିବା ଆସିବା କରିବାରେ ପର୍ଯ୍ୟଟକମାନେ ଅସୁବିଧାର ସମ୍ମୁଖୀନ ହେବେ । ଆଜି ଦିନ ବେଳା ପର୍ଯ୍ୟଟଙ୍କ ପାଇଁ ବନ୍ଦ ଥିବା ବେଳେ ରାତି ସମୟରେ ପର୍ଯ୍ୟଟକଙ୍କ ପାଇଁ ଖୋଲା ରହିବ ଶିମିଳିପାଳ । ଏନେଇ ସୂଚନା ଦେଇଛନ୍ତି ଉତ୍ତର ଶିମିଳିପାଳ ACF ନିକେଶ ମହାପାତ୍ର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.