ଆଜିଠୁ ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ୍, ହାଇଦ୍ରାବାଦରେ ମୁହାଁମୁହିଁ ହେବ ଦୁଇ ଦଳ

ଆଜିଠୁ ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ୍ । ହାଇଦ୍ରାବାଦ ରାଜୀବ ଗାନ୍ଧୀ ଆନ୍ତର୍ଜାତିକ ଷ୍ଟାଡିୟମରେ ୫ ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ ସକାଳ ୯ଟା ୩୦ ମିନିଟରେ ଖେଳଯିବ । ଏଥିପାଇଁ ଉଭୟ ଦଳ ଝାଳବୁହା ଅଭ୍ୟାସ କରିଛନ୍ତି । ୩ ଜଣ ସ୍ପିନରଙ୍କୁ ନେଇ ମଇଦାନକୁ ଓହ୍ଲାଇବ ଟିମ ଇଂଲଣ୍ଡ ।

ହାଇଦ୍ରାବାଦ: ଆଜିଠୁ ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ୍ । ହାଇଦ୍ରାବାଦ ରାଜୀବ ଗାନ୍ଧୀ ଆନ୍ତର୍ଜାତିକ ଷ୍ଟାଡିୟମରେ ୫ ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ ସକାଳ ୯ଟା ୩୦ ମିନିଟରେ ଖେଳଯିବ । ଏଥିପାଇଁ ଉଭୟ ଦଳ ଝାଳବୁହା ଅଭ୍ୟାସ କରିଛନ୍ତି । ୩ ଜଣ ସ୍ପିନରଙ୍କୁ ନେଇ ମଇଦାନକୁ ଓହ୍ଲାଇବ ଟିମ ଇଂଲଣ୍ଡ । ୯୨ ବର୍ଷରେ ଉଭୟ ଦେଶ ମଧ୍ୟରେ ୧୩୧ ମ୍ୟାଚ ଓ ୩୫ ସିରିଜ ଖେଳାଯାଇଛି । ଘରୋଇ ଟେଷ୍ଟ୍ ଶୃଙ୍ଖଳାରେ ଭାରତ ଗତ ୧୦ ବର୍ଷ ଧରି ଆଧିପତ୍ୟ ବିସ୍ତାର କରି ଆସୁଛି। ଶେଷ ଥର ପାଇଁ ଇଂଲଣ୍ଡ ହିଁ ଭାରତକୁ ହରାଇଥିଲା । ୨୦୧୨-୧୩ରେ ଇଂଲଣ୍ଡ ୨-୧ରେ ଶୃଙ୍ଖଳା ଜିତିଥିଲା। କିନ୍ତୁ ଏହାପରଠୁ ଇଂଲଣ୍ଡ ଦୁଇଥ ର ଭାରତକୁ ଆସିଥିଲେ ମଧ୍ୟ ଉଭୟ ଥର ୪-୦ ଓ ୩-୧ରେ ପରାଜୟର ସାମ୍ନା କରିଥିଲା ।

ଏପରିକି ଉକ୍ତ ପରାଜୟ ପରଠୁ ଭାରତ ଲଗାତାର ୧୬ ଘରୋଇ ଶୃଙ୍ଖଳା ଜିତିଆସୁଛି । ଇଂଲଣ୍ଡର ମଧ୍ୟ ଭାରତରେ ରେକର୍ଡ କିଛି ଖରାପ ନାହିଁ । ବର୍ତ୍ତମାନ ସୁଦ୍ଧା ଉଭୟ ଦଳଙ୍କ ମଧ୍ୟରେ ଭାରତରେ ୧୬ଟି ଶୃଙ୍ଖଳା ଆୟୋଜିତ ହୋଇଛି। ଯେଉଁଥିରୁ ୫ଟି ଇଂଲଣ୍ଡ ବିଜେତା ହୋଇଛି। ଭାରତ ୮ ଶୃଙ୍ଖଳା ଜିତିଥିଲା ବେଳେ ୩ଟି ଅମୀମାଂସିତ ରହିଛି । ୨୦୧୧ ପରଠୁ ଦୁଇ ଦଳଙ୍କ ମଧ୍ୟରେ ନିଜନିଜ ଘରେ ୭ ଶୃଙ୍ଖଳା ଖେଳାଯାଇଥିଲା ବେଳେ ଇଂଲଣ୍ଡ ୪-୨ରେ ଆଗୁଆ ରହିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.