Below header

କେନ୍ଦୁଝର: ଭୁଲ୍‌ ରକ୍ତ ପ୍ରଦାନ କାରଣରୁ ମୃତ୍ୟୁ ଘଟଣା, ତଦନ୍ତ କରି ୩ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଲେ OHRC

କେନ୍ଦୁଝର(କେନ୍ୟୁଜ୍):   ଭୁଲ୍‌ ରକ୍ତ ପ୍ରଦାନ କାରଣରୁ ମୃତ୍ୟୁ ଘଟଣାର ତଦନ୍ତ କରି ୩ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଲେ ଓଡିଶା ମାନବାଧିକାର କମିଶନ। ଆଜି ଓଡିଶା ମାନବାଧିକାର କମିଶନ ୨୦୧୬ ଡିସେମ୍ବର ୧୩ରେ ଘଟିଥିବା ଏକ ମାମଲାର ବିଚାର କରି ଏହି ଅର୍ଥ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ୨୦୧୬ ଡିସେମ୍ବର ୧୩ରେ କେନ୍ଦୁଝର ଡାକ୍ତରଖାନାରେ ଆଡମିଶନ ହୋଇଥିବା ସୁକାନ୍ତି ନାୟକଙ୍କୁ ରକ୍ତ ଦେବା ପାଇଁ ଡାକ୍ତର କହିବା ପରେ ତାଙ୍କ ସ୍ୱାମୀ ବିରେନ୍ଦ୍ର ନାୟକ ରକ୍ତ ଭଣ୍ଡାରରୁ ରକ୍ତ ଆଣିଥିଲେ। O-ପଜିଟିଭ୍‌ ବଦଳରେ ତାଙ୍କୁ A -ପଜେଟିଭ୍‌ ବ୍ଲଡ୍‌ ଦିଆଯାଇଥିବା ଅଭିଯୋଗ ହୋଇଥିଲା। ଡାକ୍ତର ବ୍ଲଡ୍‌କୁ ଭେରିଫିକେସନ୍‌ ନକରି ସୁକାନ୍ତିଙ୍କୁ ଦେଇଥିଲେ। ସୁକାନ୍ତିଙ୍କ ଅବସ୍ଥା ଗୁରୁତର ହୋଇଯାଇଥିଲା । ଶେଷରେ ଆଖି ବୁଜିଥିଲେ ସୁକାନ୍ତି। ଏହି ଘଟଣାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଦୁଇ ଜଣଙ୍କୁ ବହିଷ୍କୃତ କରିଥିଲେ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.