ଯାଜପୁର: ଜିଲ୍ଲାପାଳ ଅଫିସ ସମ୍ମୁଖରେ ଶତାଧିକ ନବ ନିର୍ମାଣ କୃଷକ ସଙ୍ଗଠନର ଧାରଣା

ଯାଜପୁର ଟାଉନ(କେନ୍ୟୁଜ୍): ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଚାଷୀଙ୍କୁ ଦେଇଥିବା ପ୍ରତିଶୃତିକୁ ପୁରଣ କରିନାହାଁନ୍ତି । ପ୍ରତ୍ୟେକ ଚାଷୀଙ୍କୁ ବର୍ଷକୁ ଦୁଇଟି କିସ୍ତିରେ ୧୦ ହଜାର ଟଙ୍କା ଲେଖାଏଁ କାଳିଆ ଯୋଜନାରେ ପ୍ରଦାନ ପାଇଁ କରିିଥିବା ଘୋଷଣା କରି ଏବେ ଚାଷୀଙ୍କୁ ଭଣ୍ଡେଇଥିବା ଅଭିଯୋଗ କରିଛି ନବ ନିର୍ମାଣ କୃଷକ ସଂଗଠନ । ନିର୍ବାଚନ ପରେ ରାଜ୍ୟ ସରକାର କାଳିଆ ଯୋଜନାକୁ କେନ୍ଦ୍ରସରକାରଙ୍କ ପ୍ରଧାନମନ୍ତ୍ରୀ କିଶାନ ନିଧି ଯୋଜନାରେ ମିଶ୍ରଣ କରିବା ପାଇଁ ଘୋଷଣା କରିଛନ୍ତି । ଏହାର ପ୍ରତିବାଦରେ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଅନଶନରେ ବସିଛନ୍ତି । ଏହାକୁ ସମର୍ଥନ ଜଣାଇ ଯାଜପୁର ଜିଲାପାଳ ଅପିଂସ ସମ୍ମୁଖରେ ସଂଗଠନର ଶତାଧିକ କାର୍ଯ୍ୟକର୍ତା ଧାରଣାରେ ବସିଥିଲେ । ଜିଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇ ତୁରନ୍ତ ଚାଷୀ ମାନଙ୍କୁ ପ୍ରତିଶୃତି ମୁତାବକ କାଳିଆ ଯୋଜନାର ଅର୍ଥରାଶି ପ୍ରଦାନ କରିବାକୁ ଦାବି କରିିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.