ଭତ୍ତା ପାଇଁ ପଞ୍ଚାୟତଠୁ ବ୍ଲକ୍ ଦୌଡ଼ି ଦୌଡ଼ି ନୟାନ୍ତ, ଶେଷରେ ବିଷ ବୋତଲ ଧରି ବସିଲେ ବୃଦ୍ଧ
ମିଳୁନି ଭତ୍ତା, ପଞ୍ଚାୟତ ଠୁ ବ୍ଲକ, ବ୍ଲକରୁ ବ୍ୟାଙ୍କ ଦୌଡ଼ି ଦୌଡ଼ି ନୟାନ୍ତ। କେହିବି ଶୁଣୁ ନାହାନ୍ତି। ଆଉ ବଳ ନାହିଁ ନିଜ ହକ୍ ପାଇଁ ଲଢିବାକୁ । ତେଣୁ କାହିଁକି ଆଉ ବଞ୍ଚିବୁ, ବିଷ ପିଇ ଆତ୍ମହତ୍ୟା କରିବୁ। ଏପରି ଅଭିଯୋଗ କରିବା ସହିତ ବିଷ ବୋତଲ ହାତରେ ଧରି କେନ୍ଦୁଝର ଜିଲ୍ଲାର ସଡଙ୍ଗ ପଞ୍ଚାୟତ ସମ୍ମୁଖରେ ଧାରଣାରେ ବସିଛନ୍ତି ଦାସରଥୀ ନାମକ ଜଣେ ହିତାଧିକାରୀ।
ଆନନ୍ଦପୁର(କେନ୍ୟୁଜ୍): ମିଳୁନି ଭତ୍ତା, ପଞ୍ଚାୟତ ଠୁ ବ୍ଲକ, ବ୍ଲକରୁ ବ୍ୟାଙ୍କ ଦୌଡ଼ି ଦୌଡ଼ି ନୟାନ୍ତ। କେହିବି ଶୁଣୁ ନାହାନ୍ତି। ଆଉ ବଳ ନାହିଁ ନିଜ ହକ୍ ପାଇଁ ଲଢିବାକୁ । ତେଣୁ କାହିଁକି ଆଉ ବଞ୍ଚିବୁ, ବିଷ ପିଇ ଆତ୍ମହତ୍ୟା କରିବୁ। ଏପରି ଅଭିଯୋଗ କରିବା ସହିତ ବିଷ ବୋତଲ ହାତରେ ଧରି କେନ୍ଦୁଝର ଜିଲ୍ଲାର ସଡଙ୍ଗ ପଞ୍ଚାୟତ ସମ୍ମୁଖରେ ଧାରଣାରେ ବସିଛନ୍ତି ଦାସରଥୀ ନାମକ ଜଣେ ହିତାଧିକାରୀ। ସେ ଅନେକ ଥର ବ୍ଲକ ଓ ବ୍ୟାଙ୍କ କୁ ଯାଇ ନିରାଶ ହେବା ପରେ ବିଷ ବୋତଲ ହାତରେ ଧରି ପଞ୍ଚାୟତ ସମ୍ମୁଖରେ ବସିଛନ୍ତି।
ଆନନ୍ଦପୁର ଉପଖଣ୍ଡ ହାଟଡ଼ିହି ବ୍ଲକ ସଡଙ୍ଗ ପଂଚାୟତର ୪୦ରୁ ଅଧିକ ଲୋକ ଭତ୍ତା ପାଇବାରୁ ବଞ୍ଚିତ ରହିଛନ୍ତି। ପୂର୍ବରୁ ଠିକ ଭାବେ ପାଉଥିବା ବେଳେ ଏବେ ୪ମାସ ହେଲା ଭତ୍ତା ମିଳୁନି। ବ୍ଲକ ଯିବାରୁ ସେ କହିଲେ ଏଥର ବ୍ୟାଙ୍କକୁ ଯାଇଛି ଆକାଉଣ୍ଟ ଚେକ କର ବୋଲି କହିଲେ । ପୁଣି ବ୍ୟାଙ୍କ ଯାଇ ଦେଖିବାବେଳକୁ ଟଙ୍କା ଆସିନାହିଁ। ତେବେ ହିତାଧୀକାରୀ ଏହି ଭଳି ଅଭିଯୋଗ ଆଣୁଥିବା ବେଳେ ତୁରନ୍ତ ଏହି ସମସ୍ୟାର ସମାଧାନ ପାଇଁ ଦାବି ହେଉଛି ।
ଗରିବ ହିତାଧୀକାରୀଙ୍କ ପାଇଁ ସରକାରର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ଏହା କେତେଦୂର କାର୍ଯ୍ୟକାରୀ ହେଉଛି ତାହା ଉପରେ କାହାର ନଜର ନାହିଁ । ଯାହାର ଏକ ଉଦାହରଣ ଦେଖିବାକୁ ମିଳିଛି ସଡଙ୍ଗ ପଞ୍ଚାୟତରେ । ତେବେ ବୟସରେ ଅପରାହ୍ନରେ ଚାଲିବାକୁ ଗୋଡରେ ବଳନଥିଲେ ବି ନିଜ ଭତ୍ତା ପାଇଁ ସଂଘର୍ଷ କରୁଛନ୍ତି ଏମାନେ । ଏ ଘଟଣା ପରେ ଏହି ଦିଗରେ ସରକାର କି ପଦକ୍ଷପ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।