Below header

ପିକ୍ଅପ୍ ଭ୍ୟାନ୍ ଧକ୍କାରେ ବୃଦ୍ଧ ମୃତ, କ୍ଷତିପୂରଣ ଦାବିରେ ଟାୟାର ଜାଳି ରାସ୍ତାରୋକ

ପିକ୍ଅପ୍ ଭ୍ୟାନ୍ ଧକ୍କାରେ ବୃଦ୍ଧ ମୃତ । କ୍ଷତିପୂରଣ ଦାବିରେ ରାସ୍ତାରୋକ୍। ସମ୍ପର୍କୀୟ ଓ ସ୍ଥାନୀୟ ଲୋକେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି । ବାଲେଶ୍ବର ଜିଲ୍ଲା କମର୍ଦ୍ଦା ଥାନା ଜଳେଶ୍ବର-ଚନ୍ଦନେଶ୍ବର ୫୭ ନମ୍ବର ଜାତୀୟ ରାଜପଥ କଣ୍ଠାଳିଆ ଛକ ନିକଟରେ ଦୁର୍ଘଟଣା ଘଟିଛି ।

ଜଳେଶ୍ବର (କେନ୍ୟୁଜ): ପିକ୍ଅପ୍ ଭ୍ୟାନ୍ ଧକ୍କାରେ ବୃଦ୍ଧ ମୃତ । କ୍ଷତିପୂରଣ ଦାବିରେ ରାସ୍ତାରୋକ୍। ସମ୍ପର୍କୀୟ ଓ ସ୍ଥାନୀୟ ଲୋକେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି । ବାଲେଶ୍ବର ଜିଲ୍ଲା କମର୍ଦ୍ଦା ଥାନା ଜଳେଶ୍ବର-ଚନ୍ଦନେଶ୍ବର ୫୭ ନମ୍ବର ଜାତୀୟ ରାଜପଥ କଣ୍ଠାଳିଆ ଛକ ନିକଟରେ ଦୁର୍ଘଟଣା ଘଟିଛି ।

ମୃତକ ଭୋଗରାଇ ବ୍ଲକ ନହରା ଗାଁର ଖଗେନ୍ଦ୍ର ଭୂୟାଁ । ସକାଳୁ ଖଗେନ୍ଦ୍ର ବିଲରୁ ଘରକୁ ଫେରୁଥିବା ବେଳେ ଚନ୍ଦନେଶ୍ୱର ପଟୁ ଜଳେଶ୍ୱର ଅଭିମୁଖେ ଶ୍ରମିକ ନେଇ ଯାଉଥିବା ପିକଅପ୍ ଭ୍ୟାନ୍ ଧକ୍କା ବୃଦ୍ଧଙ୍କୁ ଦେଇଥିଲା । ଘଟଣାସ୍ଥଳରେ ଖଗେନ୍ଦ୍ରଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଡ୍ରାଇଭର ଓ ହେଲପର ଚମ୍ପଟ ମାରିଛନ୍ତି । ଖବର ପାଇ କମର୍ଦ୍ଦା ପୋଲିସ୍ ପହଞ୍ଚି ୫ ଶ୍ରମିକଙ୍କୁ ଅଟକ ରଖି ତଦନ୍ତ କରିବା ସହ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.