Below header

ଭିତରକନିକାରେ ପ୍ରଥମଥର ପାଇଁ ଚାଲିବ ବିଳାସପୂର୍ଣ୍ଣ ବୋଟ୍, ନଦୀ ମଝିରେ ରାତ୍ରୀଯାପନ କରିପାରିବେ ପର୍ଯ୍ୟଟକ

ପର୍ଯ୍ୟଟକ ମାନଙ୍କ ପାଇଁ ଖୁସି ଖବର । ଭିତରକନିକାରେ ପ୍ରଥମଥର ଚାଲିବ ବିଳାସପୂର୍ଣ୍ଣ ବୋଟ୍ । ଜଙ୍ଗଲର ଶୂନ୍ୟତା ଭିତରେ ନଦୀ ମଧ୍ୟରେ ବିଳାସପୂର୍ଣ୍ଣ ବୋଟ୍ ରେ ରାତ୍ରୀ ଯାପନ କରିବେ ଦେଶ ବିଦେଶର ପର୍ଯ୍ୟଟକ । ଏହା ମଧ୍ୟରେ ମିଳିବ ପଞ୍ଚତାରକା ହୋଟେଲର ସୁବିଧା ସୁଯୋଗ ସହ ଦେଶୀ ଓ ବିଦେଶୀ ଖାଦ୍ୟ ।

ରାଜନଗର(କେନ୍ୟୁଜ): ପର୍ଯ୍ୟଟକ ମାନଙ୍କ ପାଇଁ ଖୁସି ଖବର । ଭିତରକନିକାରେ ପ୍ରଥମଥର ଚାଲିବ ବିଳାସପୂର୍ଣ୍ଣ ବୋଟ୍ । ଜଙ୍ଗଲର ଶୂନ୍ୟତା ଭିତରେ ନଦୀ ମଧ୍ୟରେ ବିଳାସପୂର୍ଣ୍ଣ ବୋଟ୍ ରେ ରାତ୍ରୀ ଯାପନ କରିବେ ଦେଶ ବିଦେଶର ପର୍ଯ୍ୟଟକ । ଏହା ମଧ୍ୟରେ ମିଳିବ ପଞ୍ଚତାରକା ହୋଟେଲର ସୁବିଧା ସୁଯୋଗ ସହ ଦେଶୀ ଓ ବିଦେଶୀ ଖାଦ୍ୟ ।

ଏକଥା ସଭିଏଁ ଜାଣିଛନ୍ତି କି, ବିଶ୍ଵପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ବଉଳା କୁମ୍ଭୀର ମାନଙ୍କ ଏନ୍ତୁଡ଼ିଶାଳ ପାଇଁ ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରେ । ସେଥିପାଇଁ ବର୍ଷ କୁ ବର୍ଷ ପର୍ଯ୍ୟଟକ ମାନଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଭିତରକନିକାର ବିକାଶ ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବାବେଳେ ପର୍ଯ୍ୟଟନ ବିଭାଗ ଭିତରକନିକାରେ ବିଳାସପୂର୍ଣ୍ଣ ବୋଟ୍ ଚଲାଇବାକୁ ଯାଉଛି । ଭିତରକନିକା , ମହାନଦୀ,ବ୍ରାହ୍ମଣୀ ଓ ବୈତରଣୀ ଚାରୋଟି ଅତ୍ୟାଧୁନିକ ବିଳାସପୂର୍ଣ୍ଣ ବୋଟ୍ ଚାଲିବ । ଯେଉଁଥିରେ ପର୍ଯ୍ୟଟକ ମାନେ ବୋଟ୍ ମଧ୍ୟରେ ନଦୀ ମଝିରେ ରାତ୍ରୀ ଯାପନ କରିପାରିବେ ।

crocodile

ବୋଟ୍ ମଧ୍ୟରେ ସୋଲାର , ଜେନେରେଟର,ଏ ସି ଭଳି ବିଭିନ୍ନ ଅତ୍ୟାଧୁନିକ ବିଳାସପୂର୍ଣ୍ଣ ବ୍ୟବସ୍ଥା କରାଯାଇଛି । ଏହି ବୋଟ୍ ଭିତରକନିକା ଅଭୟାରଣ୍ୟ ମଧ୍ୟରେ ଚାଲୁଥିବାରୁ ମାଂସ କୁ ବାଦ୍ ଦେଇ ପର୍ଯ୍ୟଟକ ନିଜ ମନ ପସନ୍ଦର ସୁସ୍ଵାଦୁ ଖାଦ୍ୟ ପାଇପାରିବେ । ଭିତରକନିକାରେ ପୂର୍ବରୁ ଏହି ବିଳାସପୂର୍ଣ୍ଣ ବୋଟ୍ ଚାଲୁଥିଲେ ମଧ୍ୟ ପର୍ଯ୍ୟଟକ କେବଳ ଦିନବେଳା ଏହି ବୋଟ୍ ରେ ବୁଲିବାର ସୁଯୋଗ ପାଉଥିଲେ କିନ୍ତୁ ୨୦୧୮ ମସିହାରୁ ଏହା ବନ୍ଦ ହୋଇଯାଇଥିଲା ।

ତେବେ ପୁନର୍ବାର ଏହି ବିଳାସପୂର୍ଣ୍ଣ ବୋଟ୍ ଭିତରକନିକାରେ ଚାଲିବାକୁ ଯାଉଛି । ଯେଉଁଥିରେ ପର୍ଯ୍ୟଟକ ମାନେ ରାତ୍ରୀ ଯାପନ କରିବା ପାଇଁ ସଂପୂର୍ଣ୍ଣ ସୁବିଧା ସୁଯୋଗ ଅଛି । ଭିତରକନିକାରେ ଚାରୋଟି ବୋଟ୍ ଚାଲିବାକୁ ଥିବାବେଳେ ଖୁବଶିଘ୍ର ପ୍ରଥମେ ଦୁଇଟି ବୋଟ୍ ଚାଲିବା ପାଇଁ ଯାଉଛି । ପ୍ରତି ବୋଟ୍ ରେ ରହିଛି ୨ଟି ଲେଖାଏଁ ବେଡ଼ରୁମ । ଯେଉଁଥିରେ ୨ଜଣ ଲେଖାଏଁ ୪ଜଣ ପର୍ଯ୍ୟଟକ ରହିପାରିବେ । ପର୍ଯ୍ୟଟକ ମାନଙ୍କୁ ନଦୀ ଭିତରେ ଡାଙ୍ଗମାଳ,ହବାଳୀଖଟି ଓ ଗୁପ୍ତି ରେ ରାତ୍ରୀ ଯାପନ କରିବା ପାଇଁ ସୁବିଧା ମିଳିପାରିବ । ପ୍ରତି ପର୍ଯ୍ୟଟକ କୁ ଗୋଟିଏ ଦିନ ପାଇଁ ୨୫ ହଜାର ଟଙ୍କା ଦେବାପାଇଁ ପଡିବ ।

ଭିତରକନିକାରେ ଏହି ବିଳାସପୂର୍ଣ୍ଣ ବୋଟ୍ ଚାଲିବା ଦ୍ଵାରା ପର୍ଯ୍ୟଟନ କ୍ଷେତ୍ରରେ ଦୃତ ବିକାଶ ହେବା ସହ ଦେଶ ବିଦେଶରୁ ଅଧିକ ସଂଖ୍ୟକ ପର୍ଯ୍ୟଟକ ବୁଲି ଆସିପାରିବେ । ସରକାରଙ୍କ ଏଭଳି ପଦକ୍ଷେପକୁ ଭୁରି ଭୁରି ପ୍ରଶଂସା କରିଛନ୍ତି ପରିବେଶବିତ୍ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.