Below header

ବଂଶବୃଦ୍ଧି ପାଇଁ ଗହିରମଥାରେ ପହଞ୍ଚିଛନ୍ତି ହଜାର ହଜାର ଅଲିଭ୍‌ ରିଡଲେ କଇଁଛ, ସୁରକ୍ଷା ଦେବା ପାଇଁ ପ୍ରସ୍ତୁତ ବନ ବିଭାଗ

ରାଜନଗର: ଗହିରମଥାରେ ନୂଆ ଅତିଥି । ବଂଶବୃଦ୍ଧି ପାଇଁ ସୁଦୂର ପ୍ରଶାନ୍ତ ମହାସାଗରରୁ ଆସି ପହଞ୍ଚିଛନ୍ତି ହଜାର ହଜାର ଅଲିଭ ରିଡଲେ । ଆଉ ଅତିଥିଙ୍କୁ ସୁରକ୍ଷା ଦେବା ପାଇଁ ପ୍ରସ୍ତୁତ ବନ ବିଭାଗ । ଏନେଇ ଗ୍ରହଣ କରିଛି ଦୃଢ ପଦକ୍ଷେପ । ସୁରକ୍ଷା ପାଇଁ ୧୬ ଟି କ୍ୟାମ୍ପ କରାଯାଇଛି । ଏହା ସହ ବାବୁବାଲି ଏବଂ ଅଗରନାଶିରେ ଦୁଇଟି ସ୍ଥାୟୀ କ୍ୟାମ୍ପ, ଦୁଇଟି ସ୍ପିଡ୍‌ ବୋଟ ଏବଂ ୬୦ ରୁ ଅଧିକ କର୍ମଚାରୀ ନିୟୋଜିତ ହୋଇଛନ୍ତି।

ଅଲିଭରିଡଲେଙ୍କ ଆଗମନକୁ ଆଖିଆଗରେ ରଖି ୧୯୯୭ରେ ସରକାର ଏହାକୁ ସାମୁଦ୍ରିକ ଅଭୟାରଣ୍ୟ ଘୋଷଣା କରିଥିଲେ । ନଭେମ୍ବର ୧ ରୁ ମେ ୩୧ ଯାଏ ଧାମରା ଠାରୁ ଦେବୀ ମୁହାଣ ପର୍ଯ୍ୟନ୍ତ ଯନ୍ତ୍ରଚାଳିତ ଡଙ୍ଗା ଏବଂ ମାଛ ମାରିବା ଉପରେ କଟକଣା କରାଯାଇଥାଏ । ଏହା ସତ୍ୱେ ନିୟମକୁ ଫୁ କରି ବେଆଇନ ଭାବେ ନିଷିଦ୍ଧାଞ୍ଚଳରେ ପ୍ରବେଶ କରି ମାଛ ମାରୁଛନ୍ତି ମତ୍ସ୍ୟଜୀବୀ ।

ସେପଟେ କଇଁଛଙ୍କ ସୁରକ୍ଷା ପାଇଁ ଜୀବିକା ହରାଉଛନ୍ତି ମତ୍ସ୍ୟଜୀବୀ । ଯଦିଓ ସରକାର ପ୍ରତି ପରିବାରକୁ ୭ହଜାର ୫୦୦ ଟଙ୍କା ଲେଖାଏ ଟଙ୍କା ଦେଉଛନ୍ତି ତଥାପି ଏହା ସମୁଦ୍ରକୁ ଶଙ୍ଖେ ବୋଲି କହିଛନ୍ତି ମତ୍ସ୍ୟଜୀବୀ ପରିବାର । ଏହା ସହ ତୁରନ୍ତ ଏ ଦିଗରେ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.