Below header

ଢେମସା ନାଚ ମାଧ୍ୟମରେ ଦଳୀୟ ପ୍ରଚାରରେ ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନି

ଲକ୍ଷ୍ମୀପୁର: ବିଧାୟକଙ୍କ ରଙ୍ଗୀନ ମିଜାଜ୍‌ । ନିର୍ବାଚନ ପ୍ରଚାର ସମୟରେ ବିଧାୟକ ଦେଶୀ ସଙ୍ଗୀତରେ ନାଚୁଛନ୍ତି । ପ୍ରଶଂସକ ବି ବେଶ ଉତ୍ସାହିତ କରୁଛନ୍ତି । ବିଧାୟକ ହେଉଛନ୍ତି ଲକ୍ଷ୍ମୀପୁରର ପ୍ରଭୁ ଜାନି । ଏ ଘଟଣା ହେଉଛି ଉପନିର୍ବାଚନ ପାଇଁ ପ୍ରଚାର ସମୟର । ଦାମନ୍ତପୁର ଜିଲ୍ଲା ପରିଷଦ ଜୋନ ପାଇଁ ଉପନିର୍ବାଚନ ହେଉଛି । ଆସନ୍ତା ୨୭ରେ ମତଦାନ ଗ୍ରହଣ କରାଯିବ । ଲୋକଙ୍କୁ ଆକୃଷ୍ଟ କରିବାକୁ ଢେମସା ନାଚ ମାଧ୍ୟମରେ ଦଳୀୟ ପ୍ରଚାରରେ ଲାଗିଛନ୍ତି ବିଧାୟକ । ସାପ୍ତାହିକ ହାଟ ଥିବାବେଳେ ହାଟରେ ଏଭଳି ନାଚି ବିଜେଡି ଦଳର ପ୍ରଚାର କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.