କୋଲକାତାର ଇଡେନ୍‌ ଗାର୍ଡେନ୍‌ସରେ ଆଜି ଐତିହାସିକ ମ୍ୟାଚ୍‌, ବାଂଲାଦେଶ ବିପକ୍ଷରେ ଭାରତ ଖେଳିବ ପ୍ରଥମ ଦିବାରାତ୍ର ଟେଷ୍ଟ

କୋଲକାତା: କୋଲକାତାର ଇଡେନ୍‌ ଗାର୍ଡେନ୍‌ସରେ ଆଜି ଖେଳାଯିବ ଐତିହାସିକ ମ୍ୟାଚ୍‌ । ବାଂଲାଦେଶ ବିପକ୍ଷରେ ଭାରତ ଖେଳିବ ପ୍ରଥମ ଦିବାରାତ୍ର ଟେଷ୍ଟ । ତାହା ପୁଣି ଫିଙ୍କ୍‌ ବଲ୍‌ରେ । ଦୁଇ ପଡୋଶୀ ଏହି ମ୍ୟାଚରେ ଲାଲ ବଲ ପରିବର୍ତ୍ତେ ପିଙ୍କ୍‌ ବଲରେ ଖେଳିବେ । ଭାରତ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ପ୍ରଥମ ଥର ପାଇଁ ପିଙ୍କ୍‌ ବଲରେ ଟେଷ୍ଟ ମ୍ୟାଚ ଖେଳିବାକୁ ଯାଉଥିବାରୁ ଉଭୟ ଖେଳାଳି ଓ କ୍ରିକେଟ ପ୍ରେମୀ ଉତ୍ସାହିତ । ନାଲିବଲ ତୁଳନାରେ ପିଙ୍କ୍‌ ବଲ ଅଧିକ ସ୍ୱିଂଇ କରିବ ବୋଲି ଅନୁମାନ କରାଯାଉଛି । ଏପର‌୍ୟ୍ୟନ୍ତ ଖେଳା ଯାଇଥିବା ୧୧ଟି ଦିବାରାତ୍ର ତଥା ପିଙ୍କ୍‌ ବଲ, ଟେଷ୍ଟରେ ଦ୍ରୁତ ବୋଲରଙ୍କ ଆଧିପତ୍ୟ ଦେଖିବାକୁ ମିଳିଛି । ୨୦୧୫ରେ ପ୍ରଥମ କରି ଅଷ୍ଟ୍ରେଲିଆର ଏଡିଲେଡ୍‌ ଓଭାଲ୍‌ରେ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ ଖେଳା ଯାଇଥିଲା । ଅଷ୍ଟ୍ରେଲିଆ ବର୍ତ୍ତମାନ ସୁଦ୍ଧା ସବୁଠୁ ଅଧିକ ୫ଟି ଦିବାରାତ୍ର ମ୍ୟାଚ୍‌ ଖେଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.