ଆସନ୍ତାକାଲିଠାରୁ ବଢିବ ଓମଫେଡ୍ କ୍ଷୀର ଦର
କେନ୍ୟୁଜ୍: ଆସନ୍ତାକାଲିଠୁ ବଢିବ ଓମଫେଡ୍ କ୍ଷୀର ଦର। ଲିଟର ପିଛା ୪ଟଙ୍କା ବଢିବ। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ତେଣୁ ପ୍ରିମିୟମ ଓ ଗୋଲ୍ଡ ପ୍ରିମିୟମ ଲିଚର ପ୍ରତି ଏଣିକି ଗ୍ରାହକଙ୍କୁ ୪୪ଟଙ୍କା ଦେବାକୁ ପଡିବ। ପୂର୍ବରୁ ଗ୍ରାହକମାନେ ୪୦ଟଙ୍କା ଦେଇ କ୍ଷୀର କିଣୁଥିଲେ। ଆସନ୍ତାକାଲିଠୁ ଏହା ୪୪ଟଙ୍କା ହେବ। ଓମଫେଡ କ୍ଷୀର ବୃଦ୍ଧି ନେଇ ପୂର୍ବରୁ କୃଷି ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଥିଲେ। ଘରୋଇ ଦୁଗ୍ଧ ଉତ୍ପାଦନକାରୀ ସଂସ୍ଥାମାନେ ପୂର୍ବରୁ ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟର ମୂଲ୍ୟ ବୃଦ୍ଧି କରିଛନ୍ତି। ତେଣୁ ରାଜ୍ୟ ସରକାର ଓମଫେଡ କ୍ଷୀର ଦର ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି। ବର୍ଦ୍ଧିତ ଦରରୁ ଚାଷୀ ଲିଟର ପିଛା ୩ ଟଙ୍କା ପାଇବେ।