ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ
ଭୁବନେଶ୍ୱର(କେନ୍ୟୁଜ୍): ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଆସନ୍ତାକାଲି ସନ୍ଧ୍ୟା ୬ାରେ ସେ ଭୁବନେଶ୍ୱରରେ ପହଞ୍ଚିବେ। ରାଜଭବନରେ ରାତ୍ରିଯାପନ କରିବେ ରାଷ୍ଟ୍ରପତି। ୨୮ ତାରିଖ ସକାଳ ୬ଟା ୧୦ରେ ସେ ଗୋପାଳପୁର ଅଭିମୁଖେ ଯିବେ। ଗୋଳାବନ୍ଧଠାରେ ଥିବା ଆର୍ମି ଏୟାର ଡିଫେନ୍ସ କେନ୍ଦ୍ରର କାର୍ଯ୍ୟକ୍ରମରେ ଯୋଗ ଦେବେ ରାଷ୍ଟ୍ରପତି। ୨୫ ବର୍ଷ ପୂର୍ତ୍ତି ଅବସରରେ ଆର୍ମି ଏୟାର ଡିଫେନ୍ସ କର୍ଫକୁ ସମ୍ମାନଜନକ ପ୍ରେସିଡେନ୍ସ କଲର୍ସ ପ୍ରଦାନ କରିବେ। କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କ ସମେତ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସ୍ଥଳସେନା ମୁଖ୍ୟ ବିପିନ ରାଓ୍ଵତ, ଲେଫ୍ଟେନାଣ୍ଟ ଜେନେରାଲ୍ ଅଶ୍ୱିନୀ କୁମାର ପ୍ରମୁଖ ଯୋଗ ଦେବେ। ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ଆଜି ଆର୍ମି ଏୟାର ଡିଫେନ୍ସ କେନ୍ଦ୍ରରେ ମଲ୍ ଡ୍ରିଲ୍ ହୋଇଥିଲା। ଗୋପାଳପୁର କାର୍ଯ୍ୟକ୍ରମ ସାରି ଭୁବନେଶ୍ୱର ଫେରିବେ ରାଷ୍ଟ୍ରପତି। କୋଣାର୍କ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି।