ଆସନ୍ତା ମାର୍ଚ୍ଚ ୫ରେ ବିଜୁ ବାବୁଙ୍କ ୧୦୪ତମ ଜୟନ୍ତୀ ଉତ୍ସବ, ଯାଜପୁର ଜିଲ୍ଲା ବିଜେଡି ପକ୍ଷରୁ ଜାରକାଠାରେ ପ୍ରସ୍ତୁତି ବୈଠକ
ଯାଜପୁର (କେନ୍ୟୁଜ): ଆସନ୍ତା ମାର୍ଚ୍ଚ ୫ତାରିଖରେ ପଂଚାୟତରାଜ ଦିବସ ସହ ବିଜୁ ବାବୁଙ୍କ ୧୦୪ତମ ଜୟନ୍ତୀ ଉତ୍ସବ । ଏହି ଦିନ ନବୀନ ସରକାରଙ୍କ ୨୦ବର୍ଷ ପୂର୍ତି ହେବାକୁ ଯାଉଛି । କଟକ ବାଲିଯାତ୍ରା ପଡିଆରେ ୨୦ବର୍ଷ ପୂର୍ତି ଉତ୍ସବ ପାଳନ କରିବାକୁ ଯାଉଛି ବିଜୁ ଜନତା ଦଳ । ଏନେଇ ଯାଜପୁର ଜିଲ୍ଲା ବିଜେଡି ପକ୍ଷରୁ ଜାରକାଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଏହି ବୈଠକରେ ଜିଲ୍ଲାର ବରିଷ୍ଠ ନେତା ତଥା ବଡଚଣା ବିଧାୟକ ଅମର ପ୍ରସାଦ ଶତପଥୀ, ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ, କୋରେଇ ବିଧାୟକ ଅଶୋକ କୁମାର ବଳ, ବରୀ ବିଧାୟିକା ସୁନନ୍ଦା ଦାସଙ୍କ ସମେତ ଦଳୀୟ କର୍ମକର୍ତା ଯୋଗଦେଇ କଟକଠାରେ ହେବାକୁ ଥିବା ସମାବେଶରେ ଜିଲ୍ଲାର ୭ଟିଯାକ ନିର୍ବାଚନ ମଣ୍ଡଳୀରୁ ୨୦ହଜାରରୁ ଅଧିକ କର୍ମୀ ଓ ଜନସାଧାରଣ ଯୋଗଦେବେ ବୋଲି ବୈଠକରେ ନିଷ୍ପତି ହୋଇଥିଲା । ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାରଙ୍କ ୨୦ବର୍ଷର ସଫଳତା ଓ ଆଗାମୀ ଦିନର ଯୋଜନା ସଂପର୍କରେ କହିବେ । ଏହି ଅବସରରେ ଲକ୍ଷାଧିକ ଲୋକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।