‘କାଶୀ ମହାକାଳ ଏକ୍ସପ୍ରେସ୍’ ଟ୍ରେନ୍ରେ ଶିବ ମନ୍ଦିର! କିଏ ପଚାରିଲା ‘ପ୍ରସାଦ ମିଳିବ ତ?’ ଆଉ କିଏ କହିଲା ଏମିତି କଥା, ଦେଖନ୍ତୁ ଭାଇରାଲ ଫଟୋ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଭିଡିଓ କନ୍ଫେରେନ୍ସି ଜରିଆରେ ‘କାଶୀ ମହାକାଳ ଏକ୍ସପ୍ରେସ୍’କୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଟ୍ରେନ୍ ବାରାଣସୀରୁ ଇନ୍ଦୋର ପଯ୍ୟର୍ନ୍ତ ଚାଲିବ। ତେବେ ଟ୍ରେନ୍ର ଏକ କୋଚ୍ରେ ଛୋଟ ମନ୍ଦିର କରାଯାଇଛି, ଯାହାକୁ ଦେଖି ଅନେକ ଲୋକ ଚକିତ ହୋଇଯାଇଛନ୍ତି। କାରଣ, ଏମିତି ପ୍ରଥମ ଥର ଦେଖିବାକୁ ମିଳିଛି।
କୋଚ୍ର ଏକ ସିଟ୍ରେ ମନ୍ଦିର ତିଆରି ହେବାକୁ ନେଇ କିଛି ଲୋକେ ଏହାକୁ ସମାଲୋଚନା ମଧ୍ୟ କରିଛନ୍ତି। କେହି ନୈତିକତାର କଥା କହୁଛି ତ ଆଉ କିଏ ମନ୍ଦିରରେ ଚର୍ଚ୍ଚ, ଗୁରୁଦ୍ୱାର ଓ ମସ୍ଜିଦ ତିଆରି କରିବା କଥା କହୁଛି।
ଗଣମାଧ୍ୟମର ରିପୋର୍ଟ ମୁତାବକ, ‘କାଶୀ ମହାକାଳ ଏକ୍ସପ୍ରେସ’ର ବି୫ କୋଚ୍ର ସିଟ୍ ନମ୍ବର ୬୪ ଉପରେ ଛୋଟ ଶିବ ମନ୍ଦିର କରାଯାଇଛି। ଟ୍ରେନ୍ ଭିତରର ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା କ୍ଷଣି ଭିନ୍ନ ଭିନ୍ନ ପ୍ରତିକ୍ରିୟା ସାମ୍ନାକୁ ଆସିବାରେ ଲାଗିଛି।
Varanasi: Seat number 64 of coach B5 in Kashi Mahakal Express (Varanasi-Indore) has been turned into a mini-temple of Lord Shiva. The train was flagged off by Prime Minister Narendra Modi via video conferencing yesterday. pic.twitter.com/X5rO4Ftbl6
— ANI UP (@ANINewsUP) February 16, 2020
କେହି କେହି ଲେଖିଛନ୍ତି, ‘ଏଠାରେ ପ୍ରସାଦ ମିଳିବ ତ?’ ଆଉ କିଏ ଲେଖିଛି, ‘ଏହି ଟ୍ରେନ୍ କେବେ ବିଳମ୍ବ ହେବନି’। ସେହିପରି କେତେଜଣ କହିଥିଲେ, ‘ମନ୍ଦିର ରହିବା ଦ୍ୱାରା ଟ୍ରେନ୍ ଭିତରେ ଅପରିଷ୍କାର ହେବନି’। କିଏ କିଏ ଏହା ବି କହିଥିଲେ ଯେ ‘ମୋଦି ଅଛନ୍ତି ତ ସବୁକିଛି ସମ୍ଭବ’। ତେବେ ଏହା ଦେଶର ପ୍ରଥମ ଟ୍ରେନ୍, ଯାହାର ପ୍ରତ୍ୟେକ କୋଚ୍ ସିସିଟିଭି କ୍ୟାମେରା ନଜରରେ ରହିଛି।