ଢେଙ୍କାନାଳ: ହାତରୁ ମେହେନ୍ଦୀ ଗୋଡ଼ରୁ ଅଳତା ଲିଭିନାହିଁ କିନ୍ତୁ ଲିଭିଗଲା ଜୀବନ ଦୀପ, ବିବାହର ତୃତୀୟ ଦିନରେ ଆଖିବୁଜିଲେ ନବବଧୂ

ଢେଙ୍କାନାଳ(କେନ୍ୟୁଜ୍): ହାତରୁ ମେହେନ୍ଦୀ ଓ ଗୋଡ଼ରୁ ଅଳତା ଲିଭିନାହିଁ କିନ୍ତୁ ଲିଭିଗଲା ଜୀବନ ଦୀପ। ନୂଆ ଦୁନିଆ ଗଢିବା ପୂର୍ବରୁ ଆଖି ବୁଜିଦେଲେ ନବବଧୂ। ବିବାହର ଚାରିଦିନ ନ ପୁରୁଣୁ ସବୁଦିନ ପାଇଁ ଦୂନିଆ ଛାଡି ଚାଲି ଯାଇଛନ୍ତି ଝରଣା ନାଏକ। ଢେଙ୍କାନାଳ ସଦର ଥାନା ବିଦାବନ୍ଧ ଗ୍ରାମରେ ଘଟିଛି ଏଭଳି ଅଘଟଣ ।

ଆଜି ସକାଳୁ ଝରଣା ବେକରେ ଶାଢୀ ଲଗାଇ ଝୁଲିଥିବା ବେଳେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଝରଣା ହିନ୍ଦୋଳ କଲଣ୍ଡାଗ୍ରାମର ହରିହର ନାଏକଙ୍କ ଝିଅ। ଝରଣା ଗତ ୧୭ ତାରିଖ ଦିନ ବିଦାବନ୍ଧ ଗ୍ରାମର ମଦନ ନାଏକକୁ ବିବାହା କରିଥିଲେ । କିନ୍ତୁ କଣ ଏମିତି ଘଟିଲା ଯାହା ଦ୍ବାରା ଝରଣାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହେଲା? ତାହାର କାରଣ ଏଯାବତ ଅସ୍ପଷ୍ଟ ରହିଛି।

ଘଟଣାର ଖବର ପାଇ ପୋଲିସ ମୁଖ୍ୟ ଚିକିତ୍ସାଳୟର ଶବ ବ୍ୟବଛେଦ ଗୃହରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଗତକାଲି ଝରଣାଙ୍କ ପରିବାର ଲୋକେ ଝିଅର ଘରକରଣା ଜିନିଷ ନେଇ ଆସିଥିଲା । ପୁଅଘର ଗତକାଲି ବିବାହ ଭୋଜି ହୋଇଥିଲା । ଆଜି ସକାଳ ୭ଟା ସମୟରେ ନବବଧୁ ଘରକବାଟ ବନ୍ଦକରି ଶାଢି ଲଗାଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ କହିଛନ୍ତି । କିନ୍ତୁ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହି।

Leave A Reply

Your email address will not be published.