Below header

ସବୁଠୁ ଶସ୍ତା ରିଚାର୍ଜ ପ୍ଲାନ ଲଞ୍ଚ କଲା BSNL, ମାତ୍ର ୪୭ ଟଙ୍କାରେ ପାଇପାରିବେ ଅନଲିମିଟେଡ଼ କଲିଙ୍ଗ ଓ ଡାଟା

ସରକାରୀ ଟେଲିକମ କମ୍ପାନୀ ଭାରତ ସଂଚାର ନିଗମ ଲିମିଟେଡ଼ ବା ବିଏସଏନଏଲ ୪୭ ଟଙ୍କିଆ ସବୁଠୁ ଶସ୍ତା ପ୍ଲାନ ଲଂଚ କରିଛି । ଏହି ପ୍ଲାନରେ ଅନଲିମିଟେଡ଼ ଭଏସ କଲିଙ୍ଗ ବ୍ୟତୀତ ଡାଟା ଓ ଏସଏମଏସ ପରି ସୁବିଧା ମାନ ମିଳିପାରିବ । ଆଉ ଏହା ହେଉଛି ବିଏସଏନଏଲ ଦ୍ୱାରା ଲଞ୍ଚ ହୋଇଥିବା ସବୁଠୁ ଶସ୍ତା ଅନଲିମିଟେଡ଼ କମ୍ବୋ ପ୍ରି ପେଡ଼ ପ୍ଲାନ ।

ଏହି ନୂଆ ରିଚାର୍ଜ ପ୍ଲାନର ଲାଭ କେବଳ ସେମାନଙ୍କୁ ହିଁ ମିଳିବ ଯେଉଁମାନେ କମ୍ପାନୀର ନୂଆ ୟୁଜର ହୋଇଥିବେ । କହିରଖିବା ଉଚିତ ହେବକି ଏହା ହେଉଛି ସବୁଠୁ ଶସ୍ତା ଏଫଆରସି । ଭାରତୀ ଏୟାରଟେଲ ଓ ଭୋଡାଫୋନ- ଆଇଡ଼ିଆର ଫାଷ୍ଟ ରିଚାର୍ଜ ପ୍ଲାନ ୯୭ ଟଙ୍କାରୁ ଆରମ୍ଭ ହେଉଛି । ଯେବେକି ଜିଓ ସିମରେ ପ୍ରାଇମ ସବସ୍କ୍ରିପସନ ନେବା ପାଇଁ ୯୯ ଟଙ୍କା ଦେବାକୁ ହୋଇଥାଏ ।

ବିଏସଏନଏଲ ତରଫରୁ ଜାରି ହୋଇଥିବା ଏକ ରିପୋର୍ଟ ଅନୁଯାୟୀ, ଏହି ପ୍ଲାନର ସବୁ ନିୟମ ଓ ସର୍ତ୍ତ PV 107 ଟଙ୍କିଆ ପ୍ରିମିୟମ ପ୍ଲାନ । ଅର୍ଥାତ ଏହା ସହ ୧୦୦ ଦିନର ଇନକମିଙ୍ଗ ଭ୍ୟାଲିଡିଟି ମିଳିଥାଏ । ଏହା ବାଦ ଗ୍ରାହକଙ୍କୁ ବିଏସଏନଏଲ ସିମ କାର୍ଡ଼ ଆକ୍ଟିଭ ରଖିବା ପାଇଁ ଦ୍ଵିତୀୟ ରିଚାର୍ଜ କରିବାକୁ ହେବ । ଆଉ ମଧ୍ୟ କୁହାଯାଉଛିକି FRC 47କୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ପ୍ରମୋଶନାଲ ଅଫର ଭାବରେ ହିଁ ଲାଗୁ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.