Below header

ଅଢ଼େଇ ବର୍ଷରେ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡ଼ରେ ସ୍ଥାନ ପାଇଲେ ସୂର୍ଯ୍ୟ ପ୍ରତାପ

ବୟସ ମାତ୍ର ଅଢ଼େଇ ବର୍ଷ । ଖନେଇ ଖନେଇ ପାଟିରୁ ବାହାରୁଛି ଶଦ୍ଦ। କୁନି କଣ୍ଠରେ ମାମା, ପାପା ଡାକି ଗୁଲୁରି ଗୁଲୁରି କହୁଛନ୍ତି କଥା । ତୁଳସୀ ଦୁଇ ପତ୍ରରୁ ବାସିଲା ପିଲା ଦିନୁ ତାଙ୍କ ପ୍ରତିଭା ପ୍ରସ୍ଫୁଟିତ ହୋଇଛି । ନାଁ ସେ ଯାଇଛନ୍ତି ସ୍କୁଲ , ନାଁ ଠିକ ଭାବେ କଥା କହି ପାରୁଛନ୍ତି । ଚପଳାମିର ବୟସରେ କିନ୍ତୁ ମିଳିଛି ଇଣ୍ଡିଆ ବୁକ ଅଫ ରେକର୍ଡର ସଫଳତା । ଏହି ସଫଳତା ପାଇଛନ୍ତି ଯାଜପୁର ବ୍ଲକ ବିଚିତ୍ରପୁର ଗାଁର ଅଢ଼େଇ ବର୍ଷର କୁନିପୁଅ ସୂର୍ଯ୍ୟ ପ୍ରତାପ ସାମଲ ।

ଯାଜପୁର: ବୟସ ମାତ୍ର ଅଢ଼େଇ ବର୍ଷ । ଖନେଇ ଖନେଇ ପାଟିରୁ ବାହାରୁଛି ଶଦ୍ଦ। କୁନି କଣ୍ଠରେ ମାମା, ପାପା ଡାକି ଗୁଲୁରି ଗୁଲୁରି କହୁଛନ୍ତି କଥା । ତୁଳସୀ ଦୁଇ ପତ୍ରରୁ ବାସିଲା ପିଲା ଦିନୁ ତାଙ୍କ ପ୍ରତିଭା ପ୍ରସ୍ଫୁଟିତ ହୋଇଛି । ନାଁ ସେ ଯାଇଛନ୍ତି ସ୍କୁଲ , ନାଁ ଠିକ ଭାବେ କଥା କହି ପାରୁଛନ୍ତି । ଚପଳାମିର ବୟସରେ କିନ୍ତୁ ମିଳିଛି ଇଣ୍ଡିଆ ବୁକ ଅଫ ରେକର୍ଡର ସଫଳତା । ଏହି ସଫଳତା ପାଇଛନ୍ତି ଯାଜପୁର ବ୍ଲକ ବିଚିତ୍ରପୁର ଗାଁର ଅଢ଼େଇ ବର୍ଷର କୁନିପୁଅ ସୂର୍ଯ୍ୟ ପ୍ରତାପ ସାମଲ ।

ଖବର ପ୍ରଚାରିତ ହେବା ପରେ ଚାରି ଆଡୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି । ଯାଜପୁର ବ୍ଲକ ଅନ୍ତର୍ଗତ ବିଚିତ୍ରପୁର ଗ୍ରାମର ନରହରି ସାମଲ ଓ ପିଙ୍କିନା ସାମଲଙ୍କ ଅଢ଼େଇ ବର୍ଷର ପୁଅ ସୂର୍ଯ୍ୟ ପ୍ରତାପ। ଦେଢ଼ବର୍ଷ ବୟସରେ ସବୁ କିଛି ଜାଣିବାର ଇଚ୍ଛା ଶକ୍ତି ଦେଖି ପରିବାର ଲୋକେ ତାଙ୍କୁ କିଛି ନୂଆ କରିବାର ଉଦ୍ୟମ କରିଥିଲେ । ଯାହାକି ତାଙ୍କ ନାମକୁ ଇଣ୍ଡିଆ ବୁକ ଅଫ୍ ରେକର୍ଡରେ ସ୍ଥାନ ଦେବାକୁ ଆବେଦନ କରିଥିଲେ । ପରବର୍ତୀ ସମୟରେ ସୂର୍ଯ୍ୟ ପ୍ରତାପ କନିଷ୍ଠ ବର୍ଗରେ ଇଣ୍ଡିଆ ବୁକ ଅଫ୍ ରେକର୍ଡ-୨୦୨୩ରେ ସ୍ଥାନ ପାଇଛନ୍ତି।

ଗତ ନଭେମ୍ବର ମାସରେ ଆୟୋଜିତ ହୋଇଥିବା ଇଣ୍ଡିଆ ବୁକ ଅଫ ରେକର୍ଡ ପ୍ରତିଯୋଗିତାରେ ଇଂରାଜୀ ରାଇମ୍‌, ପନିପରିବା, ଫୁଲ, ସପ୍ତାହ, ମାସ ଓ ପଶୁପକ୍ଷୀଙ୍କ ନାମ କହିବା ସହ ବିଭିନ୍ନ ପ୍ରଶ୍ନ ଉତ୍ତର ଦେଇ ଏହି ସଫଳତା ପାଇଛନ୍ତି ସୂର୍ଯ୍ୟ ପ୍ରକାଶ । ଆଗାମୀ ଦିନରେ ସେ ଏସିଆ ବୁକ ଅଫ ରେକର୍ଡରେ ସାମିଲ ହେବା ସହ କିଛି ନୂଆ କରି ଭିନ୍ନ ପରିଚୟ ସୃଷ୍ଟି କରିବାକୁ ଉଦ୍ୟମ କରିବେ ବୋଲି ତାଙ୍କ ପରିବାର ଆଶାବାଦୀ ଅଛନ୍ତି । ସୂର୍ଯ୍ୟ ପ୍ରତାପ ଙ୍କ ଏଭଳି ଖୁସିକୁ ନେଇ ନିଜ ଅଞ୍ଚଳ ବାସୀ ବେଶ ଗର୍ବିତ। ଅଳ୍ପ ବୟସରେ ସୂର୍ଯ୍ୟ ପ୍ରତାପଙ୍କ ଏହି ସଫଳତା ଓ ପ୍ରତିଭା ପଛରେ ନିଜ ମା ଙ୍କ ପ୍ରମୁଖ ହାତ ରହିଥିବା ବେଳେ ଆଗାମୀ ଦିନରେ ସେ ଆହୁରି ସଫଳତା ଅର୍ଜନ କରିବେ ବୋଲି ସମସ୍ତେ ଆଶା ରଖିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.