Below header

ଆଠଗଡ଼ ବନଖଣ୍ଡ ନରସିଂହପୁରରୁ ବାଘ ଶିକାରୀ ଗିରଫ

କଟକ : ଆଠଗଡ଼ ବନଖଣ୍ଡ ନରସିଂହପୁର ଅଂଚଳରୁ ବାଘ ଶିକାରୀ ଗିରଫ। ଗିରଫ ଅଭିଯୁକ୍ତ ଜଣକ ହେଲେ ନରସିଂହପୁର ପାତ୍ରଭାଗ ଗାଁର ଇଛାନନ୍ଦ ଜାନୀ । ତାଙ୍କ ନିକଟରୁ ଏକ କଲରାପତରିଆ ଚିତାବାଘର ଛାଲ ସହ ଗୋଟିଏ ବନ୍ଧୁକ ଜବତ ହୋଇଛି । ତେବେ ବାଘ ଛାଲ ଏକବର୍ଷ ତଳର ବୋଲି ଆଠଗଡ ବନଖଣ୍ଡ ଅଧିକାରୀ ସସ୍ମିତା ଲେଙ୍କା ସୂଚନା ଦେଇଛନ୍ତି । ଇଚ୍ଛାନନ୍ଦ ଜାନୀ ଅନେକ ବନ୍ୟଜନ୍ତୁ ଶିକାରରେ ପୂର୍ବରୁ ସଂପୃକ୍ତ ଥିବା ଜଣାପଡିଛି। ପୂର୍ବରୁ ମଧ୍ୟ ଆଠଗଡ ନରସିଂହପୁର ଅଞ୍ଚଳରୁ ଜଣେ ବାଘ ଶିକାରୀକୁ ଗିରଫ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.