ପଢନ୍ତୁ , ଘୃଣା, ଷଡଯନ୍ତ୍ର ଏବଂ ହତ୍ୟାରେ ପରିପୂର୍ଣ୍ଣ ୩୦୦ ବର୍ଷ ତଳର ନିଆରା ଏହି ପ୍ରେମକାହାଣୀ

ଭାରତୀୟ ଇତିହାସର ସବୁଠାରୁ କ୍ରୁର ତଥା ନିଷ୍ଠୁର ମୋଗଲ ଶାସକ ଔରଙ୍ଗଜେବ୍ । ଯାହାଙ୍କ ନୃଶଂସତାର ଶିକାର ତାଙ୍କ ନିଜ ଝିଅ ମଧ୍ୟ ହୋଇନାହାଁନ୍ତି । ବାପାଙ୍କ ଇଛା ବିରୋଧରେ ପ୍ରେମ କରିବା ପଡିଥିଲା ମହଙ୍ଗା ଔରଙ୍ଗଜେବଙ୍କ ଝିଅ ଜେବୁନ୍ନିସାଙ୍କୁ । ଦିଲ୍ଲୀର ସଲିମଗଡ କିଲ୍ଲାରେ ୨୦ ବର୍ଷ କଏଦ ରହିବା ପରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ଜେବୁନ୍ନିସା । କୁହାଯାଏ ଦୁଇ ଦଶନ୍ଧି ଯାଏଁ କିଲ୍ଲାରେ କଏଦ ରହିବା ପରେ ୩ ମାର୍ଚ୍ଚ ୧୭୦୭ରେ ମୃତ୍ୟୁବରଣ କରିଥିଲେ । କିନ୍ତୁ ମୃତ୍ୟୁ ପୂର୍ବରୁ କୃଷ୍ଣ ଭକ୍ତ ହାବରେ ଚର୍ଚ୍ଚିତ ହୋଇସାରଥିଲେ ।

ପ୍ରଥମ ପ୍ରେମ ରହିଯାଇଥିଲା ଅଧା :

କୁହାଯାଏ କୌଣସି ଏକ କାର‌୍ୟ୍ୟକ୍ରମରେ ବୁନ୍ଦେଲାର ମହାରାଜା ଛତ୍ରପାଲଙ୍କୁ ଦେଖି ନିଜର ହୃଦୟ ଦେଇବସିଥିଲେ ଜେବୁନ୍ନିସା । ଏହାପରେ ସେ ନିଜର ଜଣେ ବିଶ୍ବସ୍ତ ଦାସୀଙ୍କ ମାଧ୍ୟମରେ ନିଜ ମନକଥା ଛତ୍ରପାଲଙ୍କ ଯାଏଁ ପହଂଚାଇଥିଲେ । କିନ୍ତୁ ଔରଙ୍ଗଜେବଙ୍କ ଶକ୍ତ ପ୍ରହରା ଏବଂ ପରଦା ଯୋଗୁଁ ଏହି ମାମଲା ଖୋଲିଯାଇଥିଲା ତାଙ୍କ ସାମ୍ନାରେ । ଆଉ ଛତ୍ରପାଲଙ୍କୁ ନିଜର ଶତ୍ରୁ ଭାବୁଥିବା ଔରଙ୍ଗଜେବ ଝିଅ ଜେବୁନ୍ନିସାଙ୍କୁ ଗାଳି କରି ଚୁପ କରାଇଦେଇଥିଲେ । ରାଜା ଛତ୍ରପାଲ ହିଁ ବାଜିରାଓ ପେଶୱାଙ୍କ ଦ୍ବିତୀୟ ପତ୍ନୀ ମସ୍ତାନୀଙ୍କ ବାପା ଥିଲେ । ଗୋଟିଏ ସମୟରେ ଔରଙ୍ଗଜେବଙ୍କ ପାଇଁ ଯୁଦ୍ଧ ଲଢିଥିଲେ ଛତ୍ରପାଲ । କିନ୍ତୁ କୌଣସି କାରଣ ବସତଃ ବିଦ୍ରୋହ କରି ନିଜର ଅଲଗା ଏକ ରାଜ୍ୟ ବନାଇଥିଲେ ।

ଶିବାଜୀଙ୍କ ଉପରେ ଫିଦା ଥିଲେ ଜେବୁନ୍ନିସା :

zebunnissaସେହିପରି କୁହାଯାଏ ଯୌବନରେ ନୂଆ ନୂଆ ପାଦ ରଖିଥିବା ଜେବୁନ୍ନିସା ମରାଠା ଛତ୍ରପତି ଶିବାଜୀଙ୍କ ବାହାଦୂରୀକୁ ନେଇ ଅନେକ କାହାଣୀ ଶୁଣିଥିଲେ । କିଛି ଦିନ ପରେ ଆଗ୍ରାରେ ଶିବାଜୀଙ୍କୁ ଦେଖି ତାଙ୍କୁ ପ୍ରେମ କରି ବସିଲେ ଜେବୁନ୍ନିସା । ଏହା ମଧ୍ୟରେ ସୁଯୋଗ ପାଇ ନିଜ ପ୍ରେମ ନିବେଦନ ଶିବାଜୀଙ୍କ ପର‌୍ୟ୍ୟନ୍ତ ପହଂଚାଇଥିଲେ । ହେଲେ ଜବାବରେ କିଛି ନଆସିବାରୁ ନିରାଶା ହୋଇ ସାୟରୀ ଦୁନିଆରେ ଡୁବିଗଲେ ଜେବୁନ୍ନିସା ।

ଏହା ପରେ ପୁଣି ଥରେ ସାୟର ଅକିଲ୍ ଖାଁ ରଜିଙ୍କ ପ୍ରେମରେ ପଡିଗଲେ ଜେବୁନ୍ନିସା । ତେବେ କୁହାଯାଏ ନା ଲୁଚି ଲୁଚି ପ୍ରେମ କରିହୁଏ ହେଲେ ପ୍ରେମକୁ ଲୁଚାଇ ହୁଏନି । ଠିକ୍ ଏହା ହିଁ ଘଟିଲା ଜେବୁନ୍ନିସାଙ୍କ ସହ । ଉଭୟଙ୍କ ପ୍ରେମକାହାଣୀ ପୁଣି ଚର୍ଚ୍ଚାକୁ ଚାଲିଆସିଲା । ଦିଲ୍ଲୀ ସଲିମଗଡର କିଲ୍ଲା ହିଁ ବନିଯାଇଥିଲା ଉଭୟଙ୍କ ପ୍ରେମର ମୁକସାକ୍ଷୀ ।

ଔରଙ୍ଗଜେବ୍ ନିଜ ଝିଅକୁ କରାଇନେଲେ କଏଦ୍ :

auranbzebଅକିଲ ଖାଁଙ୍କ ସହ ଝିଅ ଜେବୁନ୍ନିଆଙ୍କ ପ୍ରେମକୁ ସହିପାରିନଥିଲେ ଔରଙ୍ଗଜେବ, ଆଉ ୧୬୯୧ ରେ ଦିଲ୍ଲୀର ସଲିମଗଡ କିଲ୍ଲାରେ କଏଦ୍ କରାଇଦେଲେ । ଏହା ପରେ ଅକିଲ୍ ଖାଁଙ୍କୁ ସେହିଠାରେ ହିଁ ଜେବୁନ୍ନିସାଙ୍କ ସାମ୍ନାରେ ହାତୀଙ୍କ ଦ୍ବାରା ହତ୍ୟା କରିଥିଲେ । ଏହାପରେ ଶବକୁ ଲାହୋରର ଏକ ଅଜଣା ସ୍ଥାନରେ ପୋତି ଦେଇଥିଲେ । ଏହି କିଲ୍ଲାରେ ଥିବା କଏଦ ଥିବା ସମୟରେ ୫୦୦୦ହଜାରରୁ ଅଧିକ ଗଜଲ ଲେଖିଥିଲେ ଜେବୁନ୍ନିସା । ତାଙ୍କର ଏକ କବିତା ସଙ୍କଳନ ଥିଲା ଦୀୱାନ – ଏ – ମଖଫି । ସାରାଜୀବନ ଅବିବାହିତା ରହିଗଲେ ଜେବୁନ୍ନିସା ।

ବାପାଙ୍କୁ ଥିଲା ହିନ୍ଦୁଙ୍କ ପ୍ରତି ଘୃଣା ଆଉ ଝିଅ କରିବସିଲେ କୃଷ୍ଣଙ୍କୁ ପ୍ରେମ :

ହିନ୍ଦୁ ଧର୍ମ ଏବଂ ହିନ୍ଦୁ ବ୍ୟକ୍ତିଙ୍କୁ ଅତ୍ୟଧିକ ଘୃଣା କରୁଥିଲେ ଔରଙ୍ଗଜେବ । କିନ୍ତୁ ଝିଅ ଜେବୁନ୍ନିସା ବିଦ୍ରୋହ କରି ଆପଣାଇ ନେଇଥିଲେ କୃଷ୍ଣଙ୍କୁ । ଜେବୁନ୍ନିସାଙ୍କ ଅଧିକାଂଶ ସାୟରୀ ଭଗବାନ କୃଷ୍ଣଙ୍କ ପ୍ରତି ଥିଲା ସମର୍ପିତ । ମିର୍ଜା ଗାଲିବଙ୍କ ପୂର୍ବରୁ ଏକ ମାତ୍ର ସାୟର୍ ଥିଲେ ଜେବୁନ୍ନିସା ଯାହାଙ୍କ ଗଜଲକୁ ଇଂରାଜୀ, ଫ୍ରେଞ୍ଚ ଏବଂ ଅରବ ସହିତ ଅନେକ ବିଦେଶୀ ଭାଷାରେ ଅନୁବାଦ କରାଯାଇଥିଲା ।

ଜାଣନ୍ତୁ ଦିଲ୍ଲୀର ସଲିମଗଡ କିଲ୍ଲା ବିଷୟରେ :

salimgarh fortଇତିହାସକାରଙ୍କ ମୂତାବକ, ସଲିମଗଡ କିଲ୍ଲାକୁ ୧୫୨୬ରେ ଶେରଶାହା ସୁରୀଙ୍କ ପୁଅ ଇସଲାମ୍ ଶାହା ସୁରୀ ନିର୍ମାଣ କରିଥିଲେ । ଯମୁନା ନଦୀ କୂଳରେ ଅବସ୍ଥିତ ଏହି କିଲ୍ଲା । ଔରଙ୍ଗଜେବଙ୍କ ଶାସନ ସମୟରେ ସଲିମଗଡର ବ୍ୟବହାର ଏକ ଜେଲ ରୂପରେ କରାଯାଉଥିଲା । ମୋଗଲ ମାନଙ୍କ ପରେ ଇଂରେଜମାନେ ମଧ୍ୟ ଏହି ସ୍ଥାନକୁ ଜେଲ ରୁପରେ ରଖିଥିଲେ । ୧୯୪୫ରେ ଆଜାଦ ହିନ୍ଦ ଫୌଜର ଅନେକ ନେତାଙ୍କୁ ଏହି ଜେଲରେ ବନ୍ଦ କରାଯାଇଥିଲା । ତେବେ ସ୍ବାଧୀନତାର ପ୍ରାୟ ୫୦ ବର୍ଷ ପରେ ୨ ଅକ୍ଟୋବର ୧୯୯୫ ରେ ଭାରତ ସରକାର ଏହାକୁ ସାଧୀନତା ସଂଗ୍ରାମୀ ସ୍ମାରକ ଘୋଷଣା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.