Below header

ଇରାନ୍‌ରେ ଭୂମିକମ୍ପ, ୬.୩ର ଝଟ୍‌କା

ତେହେରାନ୍‌ : ଇରାକ୍‌ ସୀମାରେ ଭୂମିକମ୍ପ । ଦେଶର ପଶ୍ଚିମ ଭାଗରେ ୬.୩ ତୀବ୍ରତାରେ ଭୂମିକମ୍ପ ହୋଇଛି । ଏଥିରେ ପ୍ରାୟ ୭୦୦ ଲୋକ ଆହତ ହୋଇଥିବା ଜଣାପଡ଼ିଛି । କରମନ ଅଞ୍ଚଳର ସରପୋଲ-ଏ-ଜହାବ ଏଥିରେ ସବୁଠାରୁ ବେଶି ପ୍ରଭାବିତ ହୋଇଛି । ଘର ଭାଙ୍ଗିବା ସହ ଲୋକ ଆହତ ହୋଇଛନ୍ତି । ସବିଶେଷ ରିପୋର୍ଟକୁ ଅପେକ୍ଷା କରାଯାଇଛି । ଆଜିର ଏହି ଭୂକମ୍ପର କେନ୍ଦ୍ର ଭୂଗର୍ଭର ୧୦ କିଲୋମିଟର ତଳେ ବୋଲି ଜଣାପଡ଼ିଛି । ସ୍ଥାନୀୟ ପ୍ରଶାସନ ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।
ଗତ ବର୍ଷ ନଭେମ୍ବର ମାସରେ ଏହି ଅଞ୍ଚଳରେ ୭.୩ ତୀବ୍ରତାର ଭୂକମ୍ପ ହୋଇଥିଲା । ଯେଉଁଥିରେ ୬୦୦ ଲୋକଙ୍କ ମୃତ୍ୟୁ ଘଟିଥିଲା । ୯ ହଜାର ଲୋକ ଆହତ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.