Below header

ପ୍ରିୟଙ୍କା-ନିକଙ୍କ ବିବାହରେ ଅତିଥି ଆସିବେ ହେଲିକପ୍ଟରରେ

ବଲିଉଡ୍ ସହିତ ହଲିଉଡରେ ନିଜର ଅଭିନୟରେ ସ୍ବତନ୍ତ୍ର ପରିଚୟ ସ୍ରୁଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନସଙ୍କ ବିବାହର ତାରିଖ ପାଖେଇବା ସହିତ ରାଜସ୍ଥାନ ଜୋଦ୍ଧପୁରରେ ଏହାର ପ୍ରସ୍ତୁତି ଏବେ ଚୁଡାନ୍ତ ପର‌୍ୟ୍ୟାୟରେ ପହଁଞ୍ଚିଲାଣି।ବିବାହ ପାଇଁ ଆସିଥିବା ଅତିଥି ମାନଙ୍କର ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।  

priyankaସୁଚନା ଅନୁଯାୟୀ ବିବାହ ସମାରୋହରେ ଯୋଗଦାନ କରିବା ପାଇଁ ଅତିଥିମାନଙ୍କ ପାଇଁ ହେଲିକପ୍ଟର ବୁକ୍ କରାଯାଇଛି। ପ୍ଲେନରେ ଯୋଦ୍ଧପୁର ବିମାନବନ୍ଦରକୁ ଆସିଥିବା ଅତିଥିଙ୍କୁ ହେଲିକେପ୍ଟର ଦ୍ବାରା ସିଧା ଯୋଦ୍ଧପୁରର ଉମ୍ମେଦ ଭବନକୁ ନିଆଯିବ। ଏଥିପାଇଁ ୨୯ ନଭେମ୍ବର ଏବଂ ୩ ଡିସେମ୍ବର ପାଇଁ ହେଲିକପ୍ଟରକୁ ବୁକ୍ କରାଯାଇଛି। ଏହି ହେଲିକପ୍ଟର ପାଞ୍ଚରୁ ସାତ ରାଉଣ୍ଡ କରିବ। ବିବାହ ସମାରୋହ ଶେଷ ହେବାପରେ ପୁଣି ଏହି ହେଲିକପ୍ଟର ଅତିଥି ମାନଙ୍କୁ ଯୋଦ୍ଧପୁର ଏୟାରପୋର୍ଟକୁ ନେଇଆସିବ। ବିବାହ ପାଇଁ ପ୍ୟାଲେସକୁ ୩ ଦିନ ପାଇଁ ବୁକ କରାଯାଇଛି।

Umaid Bhawan Jodhpurଏହା ପୁର୍ବରୁ ମଧ୍ୟ ଯୋଦ୍ଧପୁରରେ ରାଜକୀୟ ବିବାହର ଆୟୋଜନ ହୋଇସାରିଛି। ଯୋଦ୍ଧପୁରରେ ମେହରାନଗଡରେ ହଲିଉଡ ଅଭିନେତ୍ରୀ ଲିଜ ହର୍ଲେ ଏବଂ ବିଜନେସମ୍ୟାନ ଅରୁଣ ନାୟାରଙ୍କର ବିବାହ ମଧ୍ୟ ହୋଇସାରିଛି। ଏହାଛଡା ଏଠାରେ ନିତା ଅମ୍ବାନୀଙ୍କ ବାର୍ଥଡେ ପାର୍ଟୀ ମଧ୍ୟ ଚର୍ଚ୍ଚାରେ ଆସିଥିଲା। ଦେଶବିଦେଶର ଅନେକ ପ୍ରତିଷ୍ଠିତ ବିଜନେସମ୍ୟାନ ମାନେ ମଧ୍ୟ ଯୋଦ୍ଧପୁର ଉମ୍ମେଦ ଭବନ ପ୍ୟାଲେସରେ ବିବାହ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.