Below header

ମୁହଁରେ ହସ ନେଇ ଭୁବନେଶ୍ୱରରେ ପହଞ୍ଚିଲେ ମାଧୁରୀ ଦୀକ୍ଷିତ

ଭୁବନେଶ୍ୱର (କେନ୍ୟୁଜ୍‌) : ଆସନ୍ତାକାଲିର ହକି ବିଶ୍ୱକପ୍‌ ଉଦଘାଟନୀ ଉତ୍ସବରେ ଯୋଗ ଦେବାକୁ ଭୁବନେଶ୍ୱର ପହଞ୍ଚିଛନ୍ତି ବଲିଉଡ୍‌ କୁଇନ୍‌ ମାଧୁରୀ ଦୀକ୍ଷିତ । ଆଜି ଅପରାହ୍ନରେ ସେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଆୟୋଜକଙ୍କ ପକ୍ଷରୁ ସ୍ୱାଗତ କରାଯାଇଥିଲା ।

କଳିଙ୍ଗ ଷ୍ଟାଡିୟମରେ ଆସନ୍ତାକାଲି ସନ୍ଧ୍ୟାରେ ଆୟୋଜିତ ହେବ ଉଦଘାଟନୀ ସମାରୋହ । ଏଥିରେ ମାଧୁରୀ ଭୂଦେବୀ ନୃତ୍ୟ କରିବେ । ଏହି ଗୀତରେ ବାର୍ତ୍ତା ରହିଛି ଆମେ ସମସ୍ତେ ଏକ । ସାରା ବିଶ୍ୱ ଏକ ଓ ଆମର ଧର୍ମ ଏକ । ତାହା ହେଉଛି ମାନବତା । ପ୍ରଖ୍ୟାତ ନୃତ୍ୟ ନିର୍ଦ୍ଦେଶକ ସିଆମକ ଦାଭରଙ୍କ ନିର୍ଦ୍ଦେଶନାରେ ନାଚିବେ ମାଧୁରୀ । ନିଜ ଫେମସ୍‌ ହସ ନେଇ ବିମାନ ବନ୍ଦରରେ ଓହ୍ଲାଇବା ପରେ ତାଙ୍କ ଉପରେ ଖାଲି କ୍ଲିକ୍‌ କରୁଥିଲା ଫଟୋଗ୍ରାଫରଙ୍କ କ୍ୟାମେରା । କି ନୃତ୍ୟ ପ୍ରଦର୍ଶନ କରିବେ ବୋଲି ମାଧୁରୀଙ୍କୁ ବିମାନ ବନ୍ଦରରେ ପଚାରା ଯିବାରୁ ସେ କହିଥିଲେ କାଲି ଦେଖିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.