Below header

ଜଙ୍ଗଲରୁ ଉଠୁନି ଶବ, ସୀମା କାହାର ଜଣାପଡୁନି

ବାଂଶପାଳ (କେନ୍ୟୁଜ୍‌) : ଜଣେ ବୃଦ୍ଧଙ୍କୁ ହାତୀ ଦଳି ଦେଇ ଚାଲିଗଲା । ତେବେ ଗତ ରାତି ୩ଟାରୁ ତାଙ୍କର ଶବ ଜଙ୍ଗଲ ଭିତରେ ପଡ଼ିଥିଲେ ମଧ୍ୟ ଉଠାଇବାକୁ କେହି ଆସୁ ନାହାନ୍ତି । କାରଣ ଲାଗି ରହିଛି ସୀମା ବିବାଦ । କେଉଁ ବନ ବିଭାଗ ଅଧୀନରେ ଏହି ଅଞ୍ଚଳ ଯାଛି ତାହା ସ୍ପଷ୍ଟ ହୋଇ ପାରୁନାହିଁ । ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଭୂୟାଁଜୁଆଙ୍ଗପିଢ଼ ବନାଞ୍ଚଳ ଅଧୀନରେ । ଗତ ରାତିରେ ନବରାମ ମୁଣ୍ଡା ନାମକ ଜଣେ ବୟସ୍କ ବ୍ୟକ୍ତିଙ୍କୁ ହାତୀ ଦଳି ଦେଇଥିଲା । ସେ ପୋଡୁ ଚାଷ କରିବାକୁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ । ରାତି ୩ଟାରୁ ଘଟଣା ଘଟିଲାଣି । ତଥାପି ଏପର୍ଯ୍ୟନ୍ତ ଜଙ୍ଗଲ ଭିତରେ ମୃତଦେହ ପଡ଼ି ରହିଛି । ପାଖାପାଖି ଦୁଇଟି ବନାଞ୍ଚଳ ଅଧିକାରୀ ଆସି ଦେଖିବା ପରେ ଆମ ଅଧୀନରେ ଏହି ଅଞ୍ଚଳ ନାହିଁ ବୋଲି କହି ଚାଲିଗଲେ । ତା ପରେ ଆଉ କାହାର ଦେଖା ନାହିଁ । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.