Below header

ଶେଷରେ ରାହୁଲ ଗାନ୍ଧୀଙ୍କୁ କହିବାକୁ ପଡ଼ିଲା ତାଙ୍କ ଗୋତ୍ର କଣ ?

ଜୟପୁର : ଏବେ ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ସାଧାରଣ ନିର୍ବାଚନ ପାଇଁ ଭାରି ବ୍ୟସ୍ତ ଅଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଆଜି ସେ ରାଜସ୍ଥାନ ଗସ୍ତରେ ଯାଇଥିଲେ । ପ୍ରଥମେ ରାହୁଲ ଆଜମେରର ପ୍ରସିଦ୍ଧ ଖ୍ଵାଜା ଗରିବ ନଓ୍ଵାଜ ଦରଘାକୁ ଯାଇ ଚଦର ଚଢ଼ାଇଥିଲେ । ପରେ ଯାଇଥିଲେ ପୁଷ୍କର ସ୍ଥିତ ବ୍ରହ୍ମା ମନ୍ଦିରକୁ । ସେଠାରେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରିଥିଲେ । ଏହି ସମୟରେ ପୂଜକ ରାହୁଲଙ୍କୁ ତାଙ୍କ ଗୋତ୍ର କଣ ବୋଲି ପଚାରିଥିଲେ । କାରଣ ପୂଜା ସମୟରେ ନାମ ସହ ଗୋତ୍ର ମଧ୍ୟ ଠାକୁରଙ୍କ ନିକଟରେ ଉଚ୍ଚାରଣ କରାଯାଏ । ସେ କଥା ପଚରାଯିବା ବେଳେ ରାହୁଲ କହିଥିଲେ ସେ ହେଉଛନ୍ତି କୌଲ ବ୍ରାହ୍ମଣ ଏବଂ ତାଙ୍କ ଗୋତ୍ର ଦତ୍ତାତ୍ରେୟ ବୋଲି ।

RAHUL-2
ପୂର୍ବରୁ ଅବଶ୍ୟ ଭାରତୀୟ ଜନତା ପାର୍ଟି ରାହୁଲଙ୍କ ଗୋତ୍ରକୁ ନେଇ ଅନେକଥର ପ୍ରଶ୍ନ ଉଠାଛି । ଏଥିପାଇଁ ସମାଲୋଚନା ବି କରିଛି । ଆଜି ନିର୍ବାଚନ ପ୍ରଚାର ବେଳେ ରାହୁଲ ବାଲାନ୍ସ କରି ଉଭୟ ହିନ୍ଦୁ ଓ ମୁସଲମାନଙ୍କ ଧର୍ମପୀଠକୁ ଯାଇଥିଲେ । ଏବେ ଦେଖିବାର କଥା ରେଜଲ୍‌ଟ କଣ ହେଉଛି ।

ଡିସେମ୍ବର ୭ରେ ଭୋଟ୍‌

ରାଜସ୍ଥାନରେ ଆସନ୍ତା ଡିସେମ୍ବର ୭ ତାରିଖରେ ନିର୍ବାଚନ ହେବ । ଏଠାରେ ୨୦୦ ବିଧାନସଭା ଆସନରେ କ୍ଷମତାସୀନ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ହେଉଛି । ଦେଖନ୍ତୁ ବ୍ରହ୍ମା ମନ୍ଦିରରେ ରାହୁଲଙ୍କ ପୂଜାର୍ଚ୍ଚନାର ଭିଡିଓ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.