ଆଜିଠୁ ଗଡ଼ିଲା ମୋ ସାଇକଲ : ପ୍ରଥମ ଅଧଘଣ୍ଟା ମାଗଣା, ବୁକିଂ ଓ ଦେୟ ପାଇଁ ଉନ୍ମୋଚିତ ହୋଇଛି ଆପ୍‌

ଭୁବନେଶ୍ବର : ମୋ ବସ ଗଡୁଥିଲା, ଆଜିଠୁ ଗଡ଼ିଲା ମୋ ସାଇକଲ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିଛନ୍ତି । ରାଜଧାନୀ ରାସ୍ତାରେ ଏବେ ଏପରି ସାଇକେଲ ଗଡ଼ିବ। ସାଇକଲ ବୁକ୍‌ କରି ଯାଆ ଆସ କରି ହେବ। ପ୍ରତି ବସ୍‌ ଷ୍ଟପ୍‌ରେ ମିଳିବ ସାଇକଲ।

ଆରମ୍ଭ ହୋଇଛି ମୋ ସାଇକେଲ ବ୍ୟବସ୍ଥା ।  ପ୍ରଥମ କିଛି ଦିନ ଏହା ମାଗଣାରେ ଉପଲବ୍ଧ ହେବ। ଏହା ପରେ ଘଣ୍ଟା ପ୍ରତି ଦେୟ ଦେବାକୁ ପଡ଼ିବ। ସାଇକେଲ ବୁକିଂ ଓ ଦେୟ ପାଇଁ ଉନ୍ମୋଚିତ ହୋଇଛି ଆପ୍‌। ପ୍ରତିଟି ସାଇକଲେରେ ମୋବାଇଲ ସିମ୍‌ ଭଳି ଏକ ସିମ୍‌ କାର୍ଡ ରହିବ। ଯାହା ମଧ୍ୟାମରେ ରହିବ ଇଣ୍ଟରନେଟ୍‌ ସଂଯୋଗ। ପ୍ରତିଟି ସାଇକେଲର ରହିବ ଏକ ୟୁନିକ୍‌ କୋଡ।

mo cycle

ଭୁବନେଶ୍ୱରରେ ୪୦୦ଟି ସାଇକେଲ ଷ୍ଟେସନ ହେବ । ପ୍ରଥମ ପର୍ଯ୍ଯାୟରେ ୧ ହଜାର ସାଇକେଲ ପାଇଁ ୧୦୦ଟି ସାଇକେଲ ଷ୍ଟେସନ ନିର୍ମିତ ହୋଇଛିା ପ୍ରଥମ ୩୦ମିନିଟ୍‌ ଫ୍ରି ସେବା ପାଇବେ ଗ୍ରାହକ । ୧୦୦ଟଙ୍କାର ମେମ୍ବର ସିପ୍‌ ଫି ଦେବାକୁ ପଡିବ । ସବୁ କିଛି ହେବ ଅନଲାଇନ୍‌ରେ ।

ସାଇକଲରେ ଗମନାଗମନ ଦ୍ୱାରା ପରିବେଶ ପ୍ରଦୂଷଣ ମାତ୍ର କମିବ। ଶରୀର ସୁସ୍ଥ ରହିବ । ଭୁବନେଶ୍ୱରରେ ମୋ ସାଇକେଲ ସେବା ପାଇଁ ସରକାରଙ୍କ ପକ୍ଷରୁ ବ୍ୟପକ ବ୍ୟବସ୍ଥା କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.