ଟ୍ରକ୍‌କୁ ପଛରୁ ପିଟିଲା ମାଛ ବୋଝେଇ ଟ୍ରକ୍ : ଜଣେ ମୃତ, ୩ ଗୁରୁତର

ଟ୍ରକ୍‌କୁ ପଛରୁ ପିଟିଲା ମାଛ ବୋଝେଇ ଟ୍ରକ୍। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି।

ଜଳେଶ୍ବର (କେନ୍ୟୁଜ): ଟ୍ରକ୍‌କୁ ପଛରୁ ପିଟିଲା ମାଛ ବୋଝେଇ ଟ୍ରକ୍। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ବାଲେଶ୍ବର ଜିଲ୍ଲା ରୂପ୍ସା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ମିରିଗିମୁଣ୍ଡି ଛକ ନିକଟରେ ଏପରି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତ ବ୍ୟକ୍ତିଙ୍କ ପରିଚୟ ମିଳିନାହିଁ।

ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ବରରୁ ମାଛ ବୋଝେଇ କରି ଜଳେଶ୍ବର ଅଭିମୁଖେ ଯାଉଥିଲା । ଏହି ସମୟରେ ମିରିଗିମୁଣ୍ତି ଛକ ନିକଟରେ ରାସ୍ତା କଡରେ ଛିଡା ହୋଇଥିବା ଅନ୍ଯ ଏକ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା। ଯାହା ଫଳରେ ଟ୍ରକରେ ଥିବା ୪ ଜଣଙ୍କ ମଧ୍ଯରୁ ଘଟଣା ସ୍ଥଳରେ ଜଣଙ୍କର ମୃତ୍ଯୁ ହୋଇଥିବା ବେଳେ ଅନ୍ଯ ତିନି ଜଣ ଗୁରୁତର ଆହତ ହୋଇଥିଲେ। ଜାତୀୟ ରାଜପଥ ପେଟ୍ରୋଲିଂ ଟିମ୍ ପହଞ୍ଚି ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ରୂପ୍ସା ହସପିଟାଲରେ ଭର୍ତ୍ତି କରିଥିଲା। ଖବର ପାଇ ଘଟଣା ସ୍ଥଳରେ ରୂପ୍ସା ପୋଲିସ ପହଞ୍ଚି ଟ୍ରକକୁ ଜବଦ କରି ଘଟଣାର ତଦନ୍ତ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.