Below header

ପଞ୍ଜାବ: ବଠିଣ୍ଡା ମିଲିଟାରୀ ଷ୍ଟେସନରେ ଗୁଳିକାଣ୍ଡ, ୪ ଯବାନ ମୃତ

ପଞ୍ଜାବର ବଠିଣ୍ଡାସ୍ଥିତ ମିଲିଟାରୀ ଷ୍ଟେସନ ଭିତରେ ଗୁଳିକାଣ୍ଡ ଘଟିଛି। ଏଥିରେ ୪ ଜଣ ଯବାନଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣା ପରେ ଷ୍ଟେସନ କ୍ୱିକ୍‌ ରେସ୍‌ପନ୍ସ ଟିମ୍‌କୁ ଆକ୍ଟିଭ୍‌ କରି ଦିଆଯାଇଛି ଏବଂ ସମଗ୍ର ଅଞ୍ଚଳକୁ ସିଲ୍‌ କରାଯାଇ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଛି।

ପଞ୍ଜାବର ବଠିଣ୍ଡାସ୍ଥିତ ମିଲିଟାରୀ ଷ୍ଟେସନ ଭିତରେ ଗୁଳିକାଣ୍ଡ ଘଟିଛି। ଏଥିରେ ୪ ଯବାନଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣା ପରେ ଷ୍ଟେସନ କ୍ୱିକ୍‌ ରେସ୍‌ପନ୍ସ ଟିମ୍‌କୁ ଆକ୍ଟିଭ୍‌ କରାଯାଇ ସମଗ୍ର ଅଞ୍ଚଳକୁ ସିଲ୍‌ କରି ଦିଆଯାଇଛି। ଏଥିସହିତ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଛି। କୁହାଯାଉଛି ଯେ ଦୁଇ ଦିନ ପୂର୍ବରୁ ଏଠାରୁ ୧ ରାଇଫଲ ସହ ୨୮ କାର୍ଟ୍ରିଜ୍ ଗାଏବ ହୋଇଯାଇଥିଲା। ସେପଟେ ପୋଲିସ ଆତଙ୍କବାଦୀ ଘଟଣାକୁ ଅସ୍ୱୀକାର କରିଛି।

ସେନା ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଆଜି ଭୋର୍‌ ୪ଟା ୩୫ ମିନିଟ୍‌ରେ ଏହି ଘଟଣା ଘଟିଛି। ଘଟଣାର ତୁରନ୍ତ ପରେ ସମଗ୍ର ଅଞ୍ଚଳକୁ କର୍ଡନ କରାଯାଇଛି। ତେବେ ଘଟଣା ପଛରେ କାହାର ହାତ ଅଛି ଏବଂ ମିଲିଟାରୀ ଷ୍ଟେସନ ଭିତରେ ଏହି ଘଟଣା କିପରି ଘଟିଲା, ତାହାକୁ ନେଇ ଏ ପର୍ଯ୍ୟନ୍ତ କୌଣସି ଦୃଢ଼ ତଥ୍ୟ ସାମ୍ନାକୁ ଆସିନାହିଁ।

ମିଲିଟାରୀ ଷ୍ଟେସନ ଭିତରେ ହୋଇଥିବା ଗୁଳିକାଣ୍ଡ ସମ୍ପର୍କରେ ବଠିଣ୍ଡା ଏସ୍‌ଏସ୍‌ପି ଗୁଲନିତ୍‌ ଖୁରାନା କହିଛନ୍ତି ଯେ ଏହା ଆତଙ୍କବାଦୀ ଆକ୍ରମଣ ନୁହେଁ। ଏହି ଗୁଳିକାଣ୍ଡ କୌଣସି ଆତଙ୍କବାଦୀ ଆଙ୍ଗଲ୍‌ ଲାଗୁନାହିଁ। ଏସ୍‌ଏସ୍‌ପି ଖୁରାନା ସେନାର ଆଭ୍ୟନ୍ତରୀଣ ମାମଲା ବିଷୟରେ ବର୍ଣ୍ଣନା କରି କହିଛନ୍ତି, ଏହା ସେନାର ଆଭ୍ୟନ୍ତରୀଣ ମାମଲା ବୋଲି ଲାଗୁଛି। ଆମେ ସେନା ସହିତ ଯୋଗାଯୋଗରେ ରହିଛୁ।

ଗଣମାଧ୍ୟମ ରିପୋର୍ଟ ମୁତାବକ, ମୃତ ୪ ଯବାନ ୮୦ ମିଡିୟମ୍‌ ରେଜିମେଣ୍ଟର ବୋଲି କୁହାଯାଉଛି। ମୃତକଙ୍କ ବିଷୟରେ ଏ ପର୍ଯ୍ୟନ୍ତ ସରକାରୀ ସୂଚନା ସାମ୍ନାକୁ ଆସିନାହିଁ। ପୋଲିସଠାରୁ ମିଳିଥିବା ସୂଚନା ମୁତାବକ, ଦୁଇ ଦିନ ପୂର୍ବରୁ ମିଲିଟାରୀ ଷ୍ଟେସନର ଗାର୍ଡରୁମ୍‌ରୁ INSAS ରାଇଫଲ ସହିତ ୨୮ କାର୍ଟ୍ରିଜ୍ ଗାଏବ ହୋଇଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.