ବାଲୁଗାଁ ନିକଟରେ କାର୍ ଦୁର୍ଘଟଣା : ଜଣେ ମୃତ, ଦୁଇ ଜଣ ଗୁରୁତର

ଟାଙ୍ଗୀ(କେନ୍ୟୁଜ୍‌) :  ଖୋର୍ଦ୍ଧା ୧୬ ନଂ ଜାତୀୟରାଜପଥ ବାଲୁଗାଁ ବାଇପାସ୍‌ ସୁବୁଦ୍ଧିପାଟଣା ନିକଟରେ ଏକ କାର୍‌ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ମୃତକଙ୍କ ନାମ ଅନିଲ କୁମାର ପାତ୍ର । ଘର କୋରାପୁଟ ଜିଲ୍ଲା ଜୟପୁରରେ । କାର୍‌ ପଛ ଚକା ଫାଟିଯିବାରୁ ଏପରି ଦୁର୍ଘଟଣା ଘଟିଥିବା ଜଣାଯାଇଛି ।

ସୂଚନାନୁଯାୟୀ, କୋରାପୁଟ ଜିଲ୍ଲା ଜୟପୁରର ଏହି ପରିବାର କଟକ ବଡ଼ ମେଡିକାଲରୁ ରୋଗୀଙ୍କୁ ଚିକିତ୍ସିତ କରାଇ ଘରକୁ ଫେରୁଥିଲେ । ଏହି କାର୍‌ରେ ବାପ, ପୁଅ, ଜ୍ୱାଇଁ ଥିବା ବେଳେ ପୁଅ ଡ୍ରାଇଭିଂ କରୁଥିଲେ । ହଠାତ୍‌ କାର୍‌ ପଛ ଚକା ବାହାରି ଯିବାରୁ କାର ଦୁର୍ଘଟଣା ହୋଇଥିଲା । ଫଳରେ ଘଟଣାସ୍ଥଳରେ କାର୍‌ ଚାଳକଙ୍କର ମୃତ୍ୟୁ ହୋଇଯାଇଛି ।

ମୃତ କାର ଚାଳକ ହେଲେଅନିଲ କୁମାର ପାତ୍ର l ଖବର ପାଇ ବାଲୁଗାଁ ଅଗ୍ନିଶ୍ରମ ବାହିନୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଗାଡ଼ିରୁ ସମସ୍ତଙ୍କୁ ଉଦ୍ଧାର କରି କରି ଚିକିତ୍ସା ପାଇଁ ବାଲୁଗାଁ ସରକାରୀ ମେଡିକାଲରେ ଭର୍ତି କରିଥିଲେ l ଦୁଇ ଆହତଙ୍କ ଅବସ୍ଥା ଭଲ ଅଛି ବୋଲି ଚିକିତ୍ସା  କରୁଥିବା ଡାକ୍ତର ପ୍ରକାଶ କରିଛନ୍ତି । ପୋଲିସ ପହଞ୍ଚି ଶବ ଜବତ କରି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.