ଦେଶ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ : ମାଇକ୍ରୋ କଣ୍ଟେନମେଣ୍ଟ ଉପରେ ଗୁରୁତ୍ୱ, ଲକ୍‌ଡାନ୍‌ ଅନ୍ତିମ ବିକଳ୍ପ ହେଉ ବାଲି କହିଲେ

ନୂଆଦିଲ୍ଲୀ:  ଦେଶକୁ ଲକ୍‌ଡାଉନରୁ ବଞ୍ଚାଇବାକୁ ହେଲେ ସମସ୍ତଙ୍କ ଉଦ୍ୟମ ଅପରିହାର୍ଯ୍ୟ । କରୋନା ମୁକାବିଲା ପାଇଁ ଲକ୍‌ଡାଉନ ଅପେକ୍ଷା ମାଇକ୍ରୋ କଣ୍ଟେନମେଣ୍ଟ ଉପରେ ଗୁରୁତ୍ତ୍ୱ ଦେବାକୁ ହେବ । ଧୈର୍ଯ୍ୟ ଓ ବିଶ୍ୱାସ ରଖିବାକୁ ହେବ ଏପରି କହି ଆଜି ରାତି ୮ଟା ୪୫ ମିନିଟରେ ଦେଶବାସୀଙ୍କୁ କରୋନା ଉଦ୍ଦେଶ୍ୟରେ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ସବୁଠୁ ଗୁରୁତ୍ୱପୁର୍ଣ୍ଣ ହେଉଛି କରୋନା ମୁକାବିଲା ସହ ଜୀବନ ଜୀବିକାକୁ ବଞ୍ଚାଇବାକୁ ପଡ଼ିବ । ଯେଉଁ ଶ୍ରମିକମାନେ ଯେଉଁଠି କାମ କରୁଛନ୍ତି ସେଇଠି ରୁହନ୍ତୁ । ସେହିଠାରେ ସେମାନଙ୍କୁ ଟିକା ଦିଆଯିବ । ରାଜ୍ୟ ସରକାରମାନେ ମଧ୍ୟ ପ୍ରବାସୀ ଶ୍ରମିକଙ୍କ ସହାୟତା କରନ୍ତୁ । ଲୋକଙ୍କ ଜୀବନ ବଞ୍ଚାଇବା ସହ ଅର୍ଥନୀତିକୁ ମଧ୍ୟ କମ୍‌ ହାନୀ ପହଞ୍ଚାଇବାକୁ ହେବ ବୋଲି ମୋଦି କହିଛନ୍ତି ।

ଭାରତ ଏବେ ବିଶ୍ବର ବୃହତ୍ତମ ଟିକା ଉତ୍ପାଦନକାରୀ ଦେଶ ଓ ଏଠାରେ ବିଶ୍ବର ଶସ୍ତା ଟିକା ପ୍ରସ୍ତୁତ ହେଉଛି । ଏଣିକି ଦେଶରେ ଉତ୍ପାଦିତ ଟିକାର ଅଧା ରାଜ୍ୟ ସରକାର ଓ ହସପିଟାଲମାନେ କିଣିପାରିବେ । ତେବେ ସରକାରୀ ହସପିଟାଲରେ ପୂର୍ବପରି ମାଗଣାରେ ଟିକା ଦିଆଯିବ । ସାମଜିକ ସଂଗଠନ ମାନେ ଏଥିପାଇଁ ଆଗେଇ ଆସିବା ଉଚିତ । ଅଧିକ ସଂଖ୍ୟକ ବେଡ ଓ ଅକ୍ସଜେନ ଉପରେ ଧ୍ୟାନ ଦେବା ଜରୁରୀ । ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ସେମାନଙ୍କର ସର୍ବଶ୍ରେଷ୍ଠ ସାଧନ ଉପଯୋଗ କରିବା ଆବଶ୍ୟକ ବୋଲି ମୋଦି ଆଜି ବାର୍ତ୍ତ ଦେଇଛନ୍ତି ।  ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ଲକ୍‌ଡାଉନ୍‌କୁ ଶେଷ ବିକଳ୍ପ ଭାବେ ନେବାକୁ ମୋଦି ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.