Below header

ମାଛ ଧରାକୁ ନେଇ ଗଡ଼ିଲା ମୁଣ୍ଡ, ଅଭିଯୁକ୍ତକୁ ଗିରଫ ଦାବିରେ ଥାନା ଘେରିଲେ ଉତ୍ତ୍ୟକ୍ତ ଲୋକେ

କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇରେ ମାଛ ଧରାକୁ ନେଇ ଗୋଷ୍ଠୀ ସଂଘର୍ଷ । ମାରପିଟରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ଅଭିଯୁକ୍ତଙ୍କୁ ଧରିବା ପାଇଁ ପଟ୍ଟାମୁଣ୍ଡାଇ ଥାନା ଘେରିଛନ୍ତି ଉତ୍ୟକ୍ତ ଲୋକେ । ମୃତକ ଜଣଙ୍କ ହେଲେ ଗୋଲେଖ ସେଠି।

ପଟ୍ଟାମୁଣ୍ଡାଇ(କେନ୍ୟୁଜ): କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇରେ ମାଛ ଧରାକୁ ନେଇ ଗୋଷ୍ଠୀ ସଂଘର୍ଷ । ମାରପିଟରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ଅଭିଯୁକ୍ତଙ୍କୁ ଧରିବା ପାଇଁ ପଟ୍ଟାମୁଣ୍ଡାଇ ଥାନା ଘେରିଛନ୍ତି ଉତ୍ୟକ୍ତ ଲୋକେ । ମୃତକ ଜଣଙ୍କ ହେଲେ ଗୋଲେଖ ସେଠି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପଟ୍ଟାମୁଣ୍ଡାଇ ବ୍ଲକ ନରସିଂହପୁର ପଞ୍ଚାୟତ ଅଠରବାଟିଆ ଗାଁରେ ।

ସୂଚନା ଅନୁସାରେ ଗତ ୬ ତାରିଖରେ ମାଛ ଧରାକୁ ନେଇ ସ୍ଥାନୀୟ ଅଠରବାଟିଆ ଗାଁର ଗୋଲେଖ ସେଠୀଙ୍କୁ କିଛି ବ୍ୟକ୍ତି ଆକ୍ରମଣ କରିଥିଲେ । ଗୋଲେଖକୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିବା ବେଳେ ଗତକାଲି ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ପରେ ମୃତ ଗୋଲେଖ ସେଠୀର ମୃତଦେହ ରଖି ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଥାନା ଘେରିଛନ୍ତି ସ୍ଥାନୀୟ ଲୋକେ । ପଟ୍ଟାମୁଣ୍ଡାଇ ଏସଡିପିଓ ଘଟଣା ସ୍ଥଳରେ ପହଞ୍ଚି ପ୍ରକୃତ ଆସାମୀକୁ ଗିରଫ କରିବାର ପ୍ରତିଶ୍ରୁତି ଦେବାରୁ ମହିଳା ମାନେ ଆନ୍ଦୋଳନରୁ ଉଠିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.