ଇବନଦୀ‌ରେ ପରିବାରର ୩ ଜଣ ନିଖୋଜ ଘଟଣା : ମିଳିଲା କକା ଓ ୨ ନାବାଳକ ପୁତୁରାଙ୍କ ମୃତଦେହ

ପରିବାରର ୩ ଜଣଙ୍କ ସଲିଳ ସମାଧି । ନଦୀରୁ ମିଳିଲା କକା ଓ ୨ ନାବାଳକ ପୁତୁରାଙ୍କ ମୃତଦେହ । ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ମୃତଦେହ ଉଦ୍ଧାର ହୋଇଛି । ଭିକ୍ଟିମ୍ ଲୋକେସନ୍ କ୍ୟାମେରାରେ ଠାବ ପରେ ମୃତଦେହ ଉଦ୍ଧାର କରିଥିଲେ ଅଗ୍ନିଶମ କର୍ମଚାରୀ । ଗତକାଲି ପରିବାର ସହ ଭୋଜି କରିବାକୁ ଯାଇଥିବା ବେଳେ ୩ ଜଣ ଇବ୍ ନଦୀରେ ଭାସି ଯାଇଥିଲେ ।

ସୁନ୍ଦରଗଡ଼ (କେନ୍ୟୁଜ): ପରିବାରର ୩ ଜଣଙ୍କ ସଲିଳ ସମାଧି । ନଦୀରୁ ମିଳିଲା କକା ଓ ୨ ନାବାଳକ ପୁତୁରାଙ୍କ ମୃତଦେହ । ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ମୃତଦେହ ଉଦ୍ଧାର ହୋଇଛି । ଭିକ୍ଟିମ୍ ଲୋକେସନ୍ କ୍ୟାମେରାରେ ଠାବ ପରେ ମୃତଦେହ ଉଦ୍ଧାର କରିଥିଲେ ଅଗ୍ନିଶମ କର୍ମଚାରୀ ।

ଗତକାଲି ପରିବାର ସହ ଭୋଜି କରିବାକୁ ଯାଇଥିବା ବେଳେ ୩ ଜଣ ଇବ୍ ନଦୀରେ ଭାସି ଯାଇଥିଲେ । ସୁନ୍ଦରଗଡ଼ ସହରର ରିଜେଣ୍ଟ ମାର୍କେଟର ଗୋଟିଏ ପରିବାର କକା ମହମ୍ମଦ ସାହିଦ୍ ଓ ଦୁଇ ନାବାଳକ ପୁତୁରା ମହମ୍ମଦ ଫରହାନ,ମହମ୍ମଦ ରିଜୱାନ ଭାସି ଯାଇଥିଲେ । ଆଜି ଅଗ୍ନିଶମ ବାହିନୀର ଖୋଜାଖୋଜି ପରେ ତିନି ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ଗତକାଲି ଫାରହାନଙ୍କ ଜନ୍ମଦିନ ଥିବାରୁ ସମସ୍ତେ ଭୋଜି କରିବାକୁ ଇବ୍ ନଦୀ ପଠକୁ ଯାଇଥିଲେ। ଖୁସିରେ କେକ୍ କାଟି ନାଚ ଗୀତ କରିଥିଲେ । ପରେ ତିନି ଜଣ ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଯାଇଥିଲେ । ତିନି ଜଣଙ୍କ ମୃତଦେହ ଉଦ୍ଧାର ପରେ ଗାଁରେ ଶୋକାକୂଳ ପରିବେଶ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.