Below header

ଘଟଗାଁ : ହାତୀ ଆକ୍ରମଣରେ ଜଣେ ମୃତ

ଘଟଗାଁ : କେନ୍ଦୁଝର ଜିଲ୍ଲା ଘଟଗାଁ ବନାଞ୍ଚଳ ଅଧିନସ୍ଥ ଦୁଧିଆନାଳି ଗାଁରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ଭରତ ନାଏକ । ବିଳମ୍ବିତ ରାତିରେ ଭାରତ ନିଜ ବିଲକୁ ଚାଲିଚାଲି ଯାଉଥିବା ବେଳେ ହାତୀ ସହ ମୁହାଁମୁହିଁ ହେବାରୁ ହାତୀଟି ତାଙ୍କୁ ଟେକି କଚାଡି ଦେଇଥିଲା। ଗୁରୁତର ଅବସ୍ଥାରେ ସେ ଜୋରରେ ପାଟି କରିଥିଲେ। ଗ୍ରାମବାସୀ ଦେଖି ତାଙ୍କୁ ସେଠାରୁ ଉଦ୍ଧାର କରି ହରିଚନ୍ଦନପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଇଥିଲେ । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ବନବିଭାଗ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.