ସମ୍ପତ୍ତି ସାମ୍ନାରେ ତୁଚ୍ଛ ହେଲା ସମ୍ପର୍କ, ଗୁପ୍ତଧନ ପାଇଁ ବିବାହିତା ପତ୍ନୀଙ୍କୁ ୫୦ ଦିନ ଯାଏ ଅନାହାରରେ ରଖି ଅତ୍ୟାଚାର କରୁଥିଲା ସ୍ବାମୀ

ଗୁପ୍ତଧନ ପାଇଁ ବିବାହିତା ପତ୍ନୀଙ୍କୁ ଅତ୍ୟାଚାର । ୫୦ ଦିନ ଯାଏ ପୂଜାପାଠ ପାଇଁ ଖୁବ୍ କମ୍ ଖାଇବାକୁ ଦେଉଥିଲେ ସ୍ବାମୀ। ଏଭଳି ଏକ ସମ୍ବେଦନଶୀଳ ଘଟଣାଟି ଘଟିଛି ମହାରାଷ୍ଟ୍ରର ଚନ୍ଦ୍ରପୁରରେ । ସୂଚନା ଅନୁସାରେ, ମହିଳା ଜଣକ ୨୦୧୮ରେ ବିବାହ କରିଥିଲେ । ଜଣେ ଆତ୍ମଘୋଷିତ ଧର୍ମଗୁରୁଙ୍କ କଥାରେ ପଡି ମହିଳାଙ୍କ ସ୍ବାମୀ ଏଭଳି ପଦକ୍ଷେପ ନେଇଥିଲେ । ଧର୍ମଗୁରୁଙ୍କ କହିଥିଲେ ଯଦି ତାଙ୍କ ପତ୍ନୀ ୫୦ ଦିନ ଉପବାସ ରହିବ ପୂଜା କରନ୍ତି ତେବେ ତାଙ୍କୁ ଗୁପ୍ତଧନ ମିଳିବ ।

ଏହି ୫୦ ଦିନ ମଧ୍ୟରେ କେବେ କେବେ ସମ୍ପୂର୍ଣ୍ଣ ଉପବାସ ରହିବାକୁ ପଡୁଥିଲା । ଆଉ କେବେ କେବେ କମ୍ ଖାଇବାକୁ ଦିଆଯାଉଥିଲା । ଯଦି ପୂଜା ବିଧିରେ କିଛି ଭୁଲ ହେଉଥିଲା ତେବେ ମାଡ ମଧ୍ୟ ମରାଯାଉଥିଲା । ତେବେ ଝିଅକୁ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଉଦ୍ଧାର କରି ମହିଳାଙ୍କ ବାପା ପୋଲିସରେ ଅଭିଯୋଗ କରିଥିଲେ । ପୋଲିସ ଏହି ମାମଲାରେ ମହିଳାଙ୍କ ସ୍ବାମୀ ଏବଂ ଶ୍ବଶୂରଙ୍କ ଗିରଫ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.