Below header

ରଥ ଚକା ତଳେ ଚାଲିଗଲା ଜୀବନ !

କେନ୍ଦ୍ରାପଡ଼ା : ବାହୁଡାଯାତ୍ରା ବେଳେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ପୋଖରିଆପଡ଼ାରେ ଅଘଟଣ । ପତିତପାବନ ରଥ ଚକା ତଳେ ପଡ଼ି ଜଣେ ମୃତ । ମୃତକ ହେଲେ ଅଳକା ଗାଁର ନିରାକାର ଜେନା । ରଥଟି ମାଉସୀ ମା ଘରୁ ଫେରୁଥିବା ବେଳେ ରଥ ଚକ ଖସି ପଡିଥିଲା । ଘଟଣାସ୍ଥଳରେ ନିରାକାରଙ୍କ ମୃତ୍ୟୁ ହୋଇଥିଲା । ମୃତକଙ୍କ ପରିବାରକୁ ମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୦ ହଜାର ଟଙ୍କା ଅନୁକମ୍ପା ରାଶି ଘୋଷଣା କରାଯାଇଛି । ଘଟଣାପରେ ଠାକୁରଙ୍କ ସମସ୍ତ ନୀତିକାନ୍ତି ଓ ସନ୍ଧ୍ୟା ଆଳତି ବନ୍ଦ ରହିଛି । ମହାସ୍ନାନ ପରେ ଠାକୁରଙ୍କ ଆଳତି ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.