Below header

ଟିପ୍ପର ଧକ୍କାରେ ବାଇକ ଚାଳକ ମୃତ, କୋରାପୁଟ କାକିରିଗୁମା ଓ ଦାମନଜୋଡି ରାସ୍ତାରେ ଗାଡି ଚଳାଚଳ ବନ୍ଦ

କୋରାପୁଟ(କେନ୍ଯୁଜ୍): ଟିପ୍ପର ଧକ୍କାରେ ବାଇକ ଚାଳକ ମୃତ୍ୟୁକୁ ନେଇ ଉତ୍ତେଜନା । କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକ ରାସ୍ତା ଅବରୋଧ କରିଥିଲେ । ଫଳରେ କିଛି ସମୟ ପାଇଁ କୋରାପୁଟ ଜିଲ୍ଲା କାକିରିଗୁମା ଓ ଦାମନଜୋଡି ରାସ୍ତାରେ ଗାଡି ଚଳାଚଳ ବନ୍ଦ ଥିଲା ।

କାକିରିଗୁମା ଥାନା ଗୌଡଗୁଡା ଗ୍ରାମ ପଞ୍ଚାୟତ ମେରକା ଗ୍ରାମର ଲଳିତ ଗଲୋରୀ ନାମକ ଯୁବକ ଦାମନଯୋଡିକୁ ଫେରୁଥୁବାବେଳେ ବାରିଗାଁ ନିକଟରେ ଟିପର ଧକ୍କା ଦେଇଥିଲା । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଦୁର୍ଘଟଣା ପରେ ଡ୍ରାଇଭର ଘଟଣା ସ୍ଥଳରୁ ଝସି ପଳାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.