ଟିଟିଲାଗଡ଼ ନିମୁର୍ଲା ଗାଁରେ ଅନ୍ଧବିଶ୍ୱାସର ଅଦ୍ଭୁତ ଚିତ୍ର, ୪ ଜଣ ଝିଅଙ୍କ ଶରୀରରେ ଆତ୍ମା ପ୍ରବେଶ କରିଥିବା ଅଭିଯୋଗ !

ଟିଟିଲାଗଡ଼(କେନ୍ଯୁଜ୍): ବଲାଙ୍ଗିର ଟିଟିଲାଗଡ଼ ବ୍ଲକ ନିମୁର୍ଲା ଗାଁରେ ଅନ୍ଧବିଶ୍ୱାସର ଅଦ୍ଭୁତ ଚିତ୍ର । ୪ ଜଣ ଝିଅଙ୍କ ଶରୀରରେ ଦେଖିବାକୁ ମିଳିଛି ପରିବର୍ତ୍ତନ । ଗୁଣି ଗାରେଡିର ଶିକାର ହୋଇ ସେମାନଙ୍କ ଦେହରେ ଆତ୍ମା ପ୍ରବେଶ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣା ପରେ ଗାଁରେ ଚାପା ଉତ୍ତେଜନା ଦେଖା ଦେଇଛି । ଚାରି ଜଣ ଯୁବତୀଙ୍କ ସ୍ଥିତି ଦେଖି ସରପଞ୍ଚ ଲୋକଙ୍କୁ ସଚେତନ କରିବା ସହ ତନ୍ତ୍ରମନ୍ତ୍ର କରୁଥିବା ପରିବାରକୁ ମଧ୍ୟ ତାଗିଦ୍‌ କରିଥିଲେ । ଯାହାକୁ ନେଇ ଗାଁରେ ଉତ୍ତେଜନା ଦେଖା ଦେଇଛି ।

ସରପଞ୍ଚଙ୍କୁ ମଧ୍ୟ ଗୁଣି ଗାରେଡି କରିବା ଭୟ ଦେଖେଇବାରୁ ସରପଞ୍ଚ ଭୟଭୀତ ଅଛନ୍ତି । ଗୁଣି ଗାରେଡିକୁ ନେଇ ଗାଁରେ ଉତ୍ତେଜନା ଦେଖା ଦେବା ପରେ ସିନ୍ଧେକେଲା ପୋଲିସ ସହ ଟିଟିଲାଗଡ଼ ଉପଖଣ୍ଡ ପୋଲିସ ଅଧିକାରୀ ପହଞ୍ଚି ସ୍ଥିତି ଉପରେ ନଜର ରଖିବା ସହ ଲୋକଙ୍କୁ ବୁଝାସୁଝା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.