Below header

ମହୁ ସଂଗ୍ରହ କରିବା ହେଲା କାଳ: ଜଣେ ମୃତ, ୨ ଗୁରୁତର

ମୟୁରଭଞ୍ଜ(କେନ୍ଯୁଜ୍): ମହୁ ସଂଗ୍ରହ କରିବାକୁ ସାତ ଜଣ ସାଙ୍ଗ ହୋଇ ଜଙ୍ଗଲକୁ ଯାଇଥିଲେ। ସେଠାରେ ଗଛରେ ଚଢି ତିନି ଜଣ ମହୁ ସଂଗ୍ରହ କରୁଥିବା ବେଳେ ମହୁମାଛି ଆକ୍ରମଣ କରିବା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ଯ ଦୁଇ ଜଣ ଆହତ ହୋଇଛନ୍ତି। ଏଭଳି ଘଟଣା ଘଟିଛି କପ୍ତିପଦା ଥାନା ମାଙ୍କଡପଡା ପଞ୍ଚାୟତ ଚେମଚଟା ଗ୍ରାମରେ।

ସୂଚନା ମୁତାବକ ଚେମଚଟା ଗ୍ରାମର ସାତ ଜଣ ଯୁବକ ଗତକାଲି ସଂଧ୍ଯା ସମୟରେ ନିକଟସ୍ଥ ଜଙ୍ଗଲକୁ ମହୁ ସଂଗ୍ରହ କରିବାକୁ ଯାଇଥିଲେ। ମହୁଫେଣା ନିକଟରେ ପହଞ୍ଚିବା ପରେ ସାନିଆ ଭକ୍ତା ଏବଂ ତାଙ୍କର ଅନ୍ଯ ଦୁଇ ସାଥି ରଞ୍ଜନ କଟୁଆଳ ଏବଂ ଆକାଶ ନାଏକ ମହୁ ସଂଗ୍ରହ କରିବା ନିମନ୍ତେ ଗଛକୁ ଚଢିଥିଲେ। ସେହି ସମୟରେ ମହୁଫେଣାରେ ଥିବା ମହୁମାଛି ଉଡି ଆକ୍ରମଣ କରିଥିଲେ। ଫଳରେ ତିନି ଜଣଙ୍କ ଅବସ୍ଥା ଗୁରୁତର ହେବା ପରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିଛି ସମୟ ଚିକିତ୍ସିତ ହେବା ପରେ ବିଳମ୍ବିତ ରାତିରେ ସାନିଆ ଭକ୍ତାଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ କପ୍ତିପଦା ବୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.