Below header

ବାଲେଶ୍ୱରରେ ଜଣେ ୩୪ ବର୍ଷୀୟ ଯୁବକ କରୋନା ପଜିଟିଭ ଚିହ୍ନଟ, ୨୧ରେ ପହଁଚିଲା ବାଲେଶ୍ୱର ଆକ୍ରାନ୍ତଙ୍କ ସଂଖ୍ୟା

ବାଲେଶ୍ୱର: ରାଜ୍ୟରେ ବଢିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଉ ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସଂକ୍ରମିତ ଜଣକ ବାଲେଶ୍ୱର ଜିଲ୍ଲାର । ୩୪ବର୍ଷୀୟ ଯବକ ଜଣକ ପଶ୍ଚିମବଙ୍ଗରୁ ଫେରିଥିଲେ। ସେ କ୍ୱାରେଣ୍ଟାଇନ୍‌ରେ ଥିଲେ। ଏହାକୁ ମିଶାଇ ବାଲେଶ୍ୱରର ଆକ୍ରାନ୍ତଙ୍କ ସଂଖ୍ୟା ୨୧ରେପହଞ୍ଚିଛି। ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୬୧ରେ ପହଞ୍ଚିଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଓ୍ଵବ୍‌ସାଇଟ୍‌ରୁ ସୂଚନା ମିଳିଛି। ବର୍ତ୍ତମାନ ରାଜ୍ୟରେ ୧୦୩ଜଣ ଚିକିତ୍ସାଧୀନ ଥିବା ବେଳେ ୫୬ଜଣ ସୁସ୍ଥ ହୋଇ ଫେରିଛନ୍ତି । ଜଣଙ୍କର ମୃତ୍ୟୁ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.