ଲକଡାଉନରେ ସାଧାରଣ ଜନତାଙ୍କୁ ବଡ ଆଶ୍ୱସ୍ତି, ଶସ୍ତା ହେଲା କମର୍ସିଆଲ ଏବଂ ଘରୋଇ ସିଲିଣ୍ଡର ଦାମ

ଲକଡାଉନ ସମୟରେ ତୈଳ କମ୍ପାନୀ ଘରୋଇ ଏବଂ କମର୍ସିଆଲ ଏଲପିଜି ସିଲିଣ୍ଡରର ଦାମ କମ କରି ଲୋକଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି। ଘରୋଇ ଏଲପିଜି ସିଲିଣ୍ଡରରେ ୧୯୮ ଟଙ୍କା କମ ହୋଇଥିବା ବେଳେ କମର୍ସିଆଲରେ ୨୫୬ ଟଙ୍କା ଲେଖାଏଁ କମିଛି।

ଅଣସବସିଡ଼ି ଘରୋଇ ସିଲିଣ୍ଡର ପୂର୍ବରୁ ୭୭୯ ଟଙ୍କାରେ ମିଳୁଥିଲା କିନ୍ତୁ ଏବେ ତାହା ହ୍ରାସ ହୋଇ ୫୮୧ ଟଙ୍କାରେ ମିଳିବ। ସେହିପରି କମର୍ସିଆଲ ସିଲିଣ୍ଡର ୧୩୬୯.୫୦ ଟଙ୍କା ବଦଳରେ ୧୧୧୩.୫୦ ଟଙ୍କାରେ ମିଳିବ। ୫ କେଜିର ସିଲିଣ୍ଡର ମଧ୍ୟ ପୂର୍ବରୁ ୨୮୬.୫୦ ଟଙ୍କାରେ ମିଳୁଥିଲା କିନ୍ତୁ ୬୯.୫୦ ଟଙ୍କା ହ୍ରାସ ହୋଇ ୨୧୭ ଟଙ୍କାରେ ମିଳିବ।

lpgଗ୍ୟାସ ସିଲିଣ୍ଡର ଉପରେ ସରକାର ଦେଉଛନ୍ତି ସବସିଡ଼ି

ବର୍ତ୍ତମାନ ସରକାର ଏକ ବର୍ଷରେ ପ୍ରତ୍ୟେକ ଘର ପିଛା ୧୪.୨ କିଲୋଗ୍ରାମର ୧୨ଟି ସିଲିଣ୍ଡର ଉପରେ ସବସିଡ଼ି ପ୍ରଦାନ କରୁଛନ୍ତି। ଯଦି ଗ୍ରାହକ ଏହାଠାରୁ ଅଧିକ ସିଲିଣ୍ଡର ନେବାକୁ ଚାହୁଁଛନ୍ତି, ତେବେ ସେମାନେ ତାହାକୁ ବଜାର ମୂଲ୍ୟ ଅନୁଯାୟୀ କିଣିପାରିବେ।

ଗ୍ୟାସ ସିଲିଣ୍ଡର ଦର ସବୁ ମାସ ପରିବର୍ତ୍ତନ ହେଉଛି। ଆନ୍ତର୍ଜାତିକ ବେଞ୍ଚମାର୍କ ଏବଂ ବିଦେଶୀ ବିନିମୟ ଦରରେ ପରିବର୍ତ୍ତନ ଉପରେ ସିଲିଣ୍ଡରର ଦାମ ନିର୍ଭର କରିଥାଏ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.