Below header

ଆସିଲା ଆଉ ୫ ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି

ଭୁବନେଶ୍ୱର: ଆସିଲା ଆଉ ୫ ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି । ଏମାନଙ୍କ ମଧ୍ୟରେ ଅଛନ୍ତି ୨ ଜଣ ବଲାଙ୍ଗିର ଓ ତିନି ଜଣ ଯାଜପୁରର ଆକ୍ରାନ୍ତ । ବଲାଙ୍ଗିରର ଦୁଇ ଆକ୍ରାନ୍ତ ମାର୍ଚ୍ଚ ୧୭ ତାରିଖରେ ଧାନବାଦ୍‌ ଏକ୍ସପ୍ରେସ୍‌ରେ ତାମିଲନାଡୁରୁ ଆସି ବଲାଙ୍ଗିରରେ ପହଞ୍ଚିଥିଲେ । ୧୪୭ ନମ୍ବର ଆକ୍ରାନ୍ତ ମାର୍ଚ୍ଚ ୧୮ରୁ ୫ ଏପ୍ରିଲ ପର୍ଯ୍ୟନ୍ତ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିଥିଲେ । ୬ ତାରିଖରୁ ୩୦ ଏପ୍ରିଲ ପର୍ଯ୍ୟନ୍ତ ଗାଁରେ ସାଙ୍ଗ ମାନଙ୍କ ସହ କ୍ରିକେଟ୍‌ ଖେଳିଥିଲେ । ସେଲେପାଲି ଯାଇ ସେଲୁନ୍‌ରେ ଚୁଟି କାଟିଥିଲେ । ମେ’ ୧ରେ ନମୁନା ସଂଗ୍ରହ କରାଯାଇଥିଲା ।

ତାଙ୍କ ନମୁନା ପଜିଟିଭ୍‌ ଆସିଥିଲା । ସେହିପରି ୧୪୮ ନମ୍ବର ଆକ୍ରାନ୍ତ ମଧ୍ୟ ମାର୍ଚ୍ଚ ୧୭ ତାରିଖରେ ଧାନବାଦ୍‌ ଏକ୍ସପ୍ରେସ୍‌ରେ ତାମିଲନାଡୁରୁ ବଲାଙ୍ଗିର ଆସିଥିଲେ । ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିବା ପରେ ରୁସୁଡା ତାଙ୍କ ସଂପର୍କୀୟଙ୍କ ଘରକୁ ଯାଇଥିଲେ । ଏହା ସହ ସେ ସଂପର୍କୀୟଙ୍କ ସହ ରାଇସ୍‌ ମିଲ୍‌ ମଧ୍ୟ ଯାଇଛନ୍ତି । ସେହିପରି ଯାଜପୁରର ୧୪୯, ୧୫୦ ଓ ୧୫୨ ଆକ୍ରାନ୍ତ କୋଲକାତା ଫେରନ୍ତା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.