ନିର୍ମାଣାଧୀନ ଘରର ଛାତ ଖୋଲିଲା ବେଳେ ଖସି ପଡ଼ିଲା ସେଣ୍ଟ୍ରିଙ୍ଗ୍, ଜଣେ ଶ୍ରମିକଙ୍କ ମୃତ୍ୟୁ
ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ ସୋରଳା ଗାଁରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ନିର୍ମାଣଧୀନ ଘରର ଛାତ ଖୋଲିଲା ବେଳେ ସେଣ୍ଟ୍ରିଙ୍ଗ୍ ପଡ଼ି ଜଣେ ଶ୍ରମିକ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଚାରି ଜଣ ଆହାତ ହୋଇଛନ୍ତି ।

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ ସୋରଳା ଗାଁରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ନିର୍ମାଣାଧୀନ ଘରର ଛାତ ଖୋଲିଲା ବେଳେ ସେଣ୍ଟ୍ରିଙ୍ଗ୍ ପଡ଼ି ଜଣେ ଶ୍ରମିକ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଚାରି ଜଣ ଆହାତ ହୋଇଛନ୍ତି । ୫ ଜଣ ଶ୍ରମିକ ଏକ ଘର ଛାତର ସେଣ୍ଟ୍ରିଙ୍ଗ୍ ଖୋଲୁଥିବା ବେଳେ ହଠାତ ଛାତ ପଡ଼ିଯାଇଥିଲା । ଫଳରେ ଘଟଣାସ୍ଥଳରେ ଶ୍ରମିକ ଦେବରାଜ ଜାନୀଙ୍କ ମୃତ୍ୟୁ ହୋଇଯାଇଛି । ଏଥିରେ ଅନ୍ୟ ଚାରିଜଣ ଶ୍ରମିକ ଆହାତ ହୋଇଥିବା ବେଳେ ସମସ୍ତଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି ।