ଦୁଇ ମହଲାରୁ ଡେଇଁଲା ଅଭିଯୁକ୍ତ, ଚିକିତ୍ସାଳୟରେ ଭର୍ତ୍ତି
ଜିଲ୍ଲା ଦୌରା ଜଜଙ୍କ ଅଦାଲତର ଦୁଇ ମହଲାରୁ ଡେଇଁଲା ଅଭିଯୁକ୍ତ । ଝାରସୁଗୁଡା ଜିଲ୍ଲା ଦୌରା ଜଜଙ୍କ ଅଦାଲତର ୨ୟ ମହଲାରୁ ଜଣେ ଅଭିଯୁକ୍ତ ପାଟିତୁଣ୍ଡ ସହ ତଳକୁ ଡେଇଁ ପଡି ମୃତ୍ୟୁ ଉଦ୍ୟମର ପ୍ରୟାସ କରିଥିବା ଭିଡ଼ିଓ ସାମ୍ନାକୁ ଆସିଛି ।
ଝାରସୁଗୁଡା : ଜିଲ୍ଲା ଦୌରା ଜଜଙ୍କ ଅଦାଲତର ଦୁଇ ମହଲାରୁ ଡେଇଁଲା ଅଭିଯୁକ୍ତ । ଝାରସୁଗୁଡା ଜିଲ୍ଲା ଦୌରା ଜଜଙ୍କ ଅଦାଲତର ୨ୟ ମହଲାରୁ ଜଣେ ଅଭିଯୁକ୍ତ ପାଟିତୁଣ୍ଡ ସହ ତଳକୁ ଡେଇଁ ପଡି ମୃତ୍ୟୁ ଉଦ୍ୟମ କରିଥିବା ଭିଡ଼ିଓ ସାମ୍ନାକୁ ଆସିଛି । ଗତ ନଭେମ୍ବର 2023 ରେ ଏକ ପକ୍ସୋ ମାମଲାରେ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିଲା ଅଭିଯୁକ୍ତ । ଆଜି ତାର ଶୁଣାଣି ରହିଥିବାରୁ କୋର୍ଟ ଭ୍ୟାନ୍ ରେ କୋର୍ଟକୁ ଆସିଥିଲା । କୋର୍ଟ ପ୍ରକ୍ରିୟା ଚାଲୁଥିବା ବେଳେ କୋର୍ଟର ଦ୍ଵିତୀୟ ମହଲାରୁ ଡେଇଁ ଆହତ ହୋଇଥିଲା। ଆହତ ଅଭିଯୁକ୍ତକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।