କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ପିଇବା ପାଣି ପାଇଁ ଡହଳ ବିକଳ ପର୍ଯ୍ୟଟକ

ଦିନକୁ ଦିନ ରାଜ୍ୟରେ ଅସହ୍ୟ ହେଲାଣି ତାତି । ପ୍ରବଳ ଖରା ଯୋଗୁଁ ଚାରିଆଡେ ଏବେ ଗରମ ସାଙ୍ଗକୁ ଗୁଳୁଗୁଳି ଅନୁଭୁତ ହେଉଛି । ଏହାରି ଭିତରେ ଦେଖିବାକୁ ମିଳିଛି ପିଇବା ପାଣିର ଅଭାବ । ବିଶ୍ୱଐତିହ୍ୟ ସୂର୍ଯ୍ୟମନ୍ଦିର । ଏଠାକୁ ପ୍ରତ୍ୟେକ ଦିନ ଧାଇଁ ଆସନ୍ତି ହଜାର ହଜାର ପର୍ଯ୍ୟଟକ । ହେଲେ ବଡ଼ ଦୁଃଖର ବିଷୟ ଯେ ପ୍ରବଳ ଖରାରେ କୋଣାର୍କ ସୂର୍ଯ୍ୟ ମନ୍ଦିର ଜଳୁଥିବା ବେଳେ ପିଇବା ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ପର୍ଯ୍ୟଟକ ।

ଦିନକୁ ଦିନ ରାଜ୍ୟରେ ଅସହ୍ୟ ହେଲାଣି ତାତି । ପ୍ରବଳ ଖରା ଯୋଗୁଁ ଚାରିଆଡେ ଏବେ ଗରମ ସାଙ୍ଗକୁ ଗୁଳୁଗୁଳି ଅନୁଭୁତ ହେଉଛି । ଏହାରି ଭିତରେ ଦେଖିବାକୁ ମିଳିଛି ପିଇବା ପାଣିର ଅଭାବ । ବିଶ୍ୱଐତିହ୍ୟ ସୂର୍ଯ୍ୟମନ୍ଦିର । ଏଠାକୁ ପ୍ରତ୍ୟେକ ଦିନ ଧାଇଁ ଆସନ୍ତି ହଜାର ହଜାର ପର୍ଯ୍ୟଟକ । ହେଲେ ବଡ଼ ଦୁଃଖର ବିଷୟ ଯେ ପ୍ରବଳ ଖରାରେ କୋଣାର୍କ ସୂର୍ଯ୍ୟ ମନ୍ଦିର ଜଳୁଥିବା ବେଳେ ପିଇବା ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ପର୍ଯ୍ୟଟକ ।

ମନ୍ଦିର ପ୍ରବେଶ ଦ୍ବାର ଠାରୁ ଭିତର ପର୍ଯ୍ୟନ୍ତ।ପ୍ରବଳ ଗୁଳିଗୁଳି ଗରମ ମଧ୍ୟରେ ମନ୍ଦିର ଭିତରେ ପିଇବା ପାଣି ଟୋପେ ମିଳିବା କଷ୍ଟ ହୋଇଛି। ଗୋଟିଏ ନଳକୂପ ସାହା ହୋଇଛି ହଜାର ହଜାର ପର୍ଯ୍ୟଟକ ମାନଙ୍କୁ। ଯାହାକୁ ନେଇ ଚିନ୍ତାରେ ସ୍ଥାନୀୟ ବାସିନ୍ଦା ଓ ପର୍ଯ୍ୟଟକ। ସେପଟେ କୋଣାର୍କ ବାର ଆସୋସିଏସନ ର ସଭାପତି ଶ୍ରୀଜୟ ବରାଳ ଚଳିତ ମାସ ୫ ତାରିଖରେ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ ପିଇବା ପାଣି ଯୋଗାଇବା ପାଇଁ । ହେଲେ ଗତ ଏପ୍ରିଲ ୧୦ ତାରିଖ ୨୦୨୩ ମସିହାରେ ରେ ମାନ୍ୟବର ଉଚ୍ଚନ୍ୟାୟଳୟ ଏ ନେଇ ଶୁଣାଣି କରି ଏ ଏସ ଆଇ କୁ ତୁରନ୍ତ ପିଇବା ପାଣିର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ । ମାନ୍ୟବର ହାଇକୋର୍ଟ ଙ୍କ ନିର୍ଦ୍ଦେଶ ଫୁ କରିଦେଲେ ପୁରୀ ସର୍କଲ ଏ ଏସ ଆଇ ।

ସେପଟେ କୋଣାର୍କ ବାର ଆସୋସିଏସନ୍ ସଭାପତି ଶ୍ରୀଜୟ ବରାଳ ମାନ୍ୟବର ହାଇକୋର୍ଟକୁ ପୂର୍ଣ୍ଣବାର ଅଭିଯୋଗ କରିବାକୁ ଚେତାବନୀ ଦେଇଛନ୍ତି। ସୂର୍ଯ୍ୟମନ୍ଦିରର ପଛପାର୍ଶ୍ୱ ଉତ୍ତର ପଶ୍ଚିମ କୋଣରେ ପାଣି ପିଇବା ପାଇଁ ଏକ ମାତ୍ର ନଳକୂପ , ଅନ୍ୟପଟେ ଗୋଟିଏ ପାଣି ମେସିନ ଲାଗିଥିବା ବେଳେ ପାଣି ମେସିନ ରେ ଲାଗିଥିବା ୩ ଗୋଟି ଟ୍ୟାପ୍ ମଧ୍ୟରୁ ଗୋଟିଏ ଅଚଳ ଥିବା ଦେଖାଯାଇଛି । ଫଳରେ ସୂର୍ଯ୍ୟମନ୍ଦିର ଭିତରେ ହଜାର ହଜାର ପର୍ଯ୍ୟଟକଙ୍କ ନିମନ୍ତେ ଏହା ପର୍ଯ୍ୟାପ୍ତ ହେଉ ନାହିଁ। ଅସହ୍ୟ ଗରମ ଓ ଗୁଳୁଗୁଳିରେ ପର୍ଯ୍ୟଟକ ମାନେ ଲମ୍ବା ଧାଡି ରେ ଦୀର୍ଘ ସମୟ ପାଣି ଟିକେ ପାଇଁ ଅପେକ୍ଷା କରୁଛନ୍ତି ।

ସୂର୍ଯ୍ୟ ମନ୍ଦିର ଭିତରେ ମାତ୍ର ଦୁଇଟି ଗଛ ଆମ୍ବ, ଓ ବର ଗଛ ଛାଇ ଏବେ ସାହାଭରସା ପାଲଟିଛି । ସୂର୍ଯ୍ୟ ମନ୍ଦିରରେ ବୁଲୁଥିବା ପର୍ଯ୍ୟଟକମାନଙ୍କୁ ଅନ୍ୟ ପଟେ ପର୍ଯ୍ୟଟକ ଫୁଲଗଛରେ ପାଣି ଦେବାକୁ ଲାଗିଥିବା ଟ୍ୟାପ୍ କୁ ଖୋଲି ହାତ ରେ ଆଞ୍ଜୁଳି କରି ନିଜେ ପିଇବା ସହିତ ଛୋଟଛୋଟ ପିଲାମାନଙ୍କୁ ବାଧ୍ୟହୋଇ ଟ୍ୟାପ୍ ରେ ମୁହଁ ଲଗାଇ ଏହି ଅପରିଷ୍କାର ପାଣି କୁ ପିଆଉଥିବା ଦେଖଇବାକୁ ମିଳିଛି। ସୂର୍ଯ୍ୟମନ୍ଦିର ବାହାରେ ଟିକେଟ କାଉଣ୍ଟର ନିକଟରେ ଏକ ପିଇବା ପାଣିର ବ୍ୟବସ୍ଥା ରହିଥିଲେ ମଧ୍ୟ ଏଥରୁ ଅପରିଷ୍କାର ଅନୁପଯୋଗୀ ପିଇବା ପାଣି ବାହାରୁଥିବା ଯୋଗୁଁ ପର୍ଯ୍ୟଟକ ମାନେ ଏହାକୁ ବ୍ୟବହାର କରୁ ନଥିବା ଦେଖାଦେଇଛି।

ଦେଶବିଦେଶ ପର୍ଯ୍ୟଟଙ୍କ ପ୍ରତି ଏହି ଅବହେଳା ଦେଖି ସ୍ଥାନୀୟ ବାସିନ୍ଦା , ବୁଦ୍ଧିଜୀବି ବ୍ୟବସାୟୀ ଚିନ୍ତାରେ । ତେବେ ବର୍ତ୍ତମାନ ଜରୁରୀ କାଳିନ ପରିସ୍ଥିତି ରେ ସୂର୍ଯ୍ୟମନ୍ଦିର ପ୍ରବେଶ ପଥ, ପଶ୍ଚିମ, ଉତ୍ତର ପାର୍ଶ୍ଵ ଓ ପ୍ରସ୍ଥାନ ପଥର ତିନୋଟି ସ୍ଥାନରେ ପାନୀୟ ଜଳ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ଓ କୋଣାର୍କ ଆଇନି ଜୀବୀ। ନଚେତ ଆଗାମୀ ଦିନରେ ଏ ଏସ ଆଇ ଅଫିସର ମାନଙ୍କୁ ସୁପ୍ରିମକୋର୍ଟ ର ଦ୍ବାରସ୍ଥ ହେବାକୁ ପଡିବ ବୋଲି କହିଛନ୍ତି କୋଣାର୍କ ବାର ସଭାପତି ଓ ସ୍ଥାନୀୟ ବାସିନ୍ଦା। ଏନେଇ ଏ ଏସ ଆଇ ଅଧିକ୍ଷକଙ୍କ ବିରୋଧରେ ଅଭିଯୋଗ ଆସିଥିଲେ ମଧ୍ୟ ତାଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.