ଶୋଇଥିବା ବେଳେ ଛାତ ଭୁଶୁଡ଼ି ଚାଲିଗଲା ଯୁବକଙ୍କ ଜୀବନ

ଛାତ ନେଲା ଜୀବନ । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସିଉନି ଗ୍ରାମରେ ଛାତ ଭୁଶୁଡ଼ି ପଡିବାରୁ ଯୁବକ ଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ସିଉନି ଗ୍ରାମର ନୀଳାମ୍ବର ହଂସ ଙ୍କ ପୁଅ ଘାସିରାମ ହଂସ ।

କଳାହାଣ୍ଡି : ଛାତ ନେଲା ଜୀବନ । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସିଉନି ଗ୍ରାମରେ ଛାତ ଭୁଶୁଡ଼ି ପଡିବାରୁ ଯୁବକ ଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ସିଉନି ଗ୍ରାମର ନୀଳାମ୍ବର ହଂସ ଙ୍କ ପୁଅ ଘାସିରାମ ହଂସ । ରାତିରେ ଏକା ଶୋଇଥିବା ବେଳେ ପ୍ରାୟ ୨ ଟା ସମୟରେ ବେଳେ ହଠାତ୍ ଘର ଭୁଶୁଡି ପଡିଯାଇଥିଲା । ପରେ ଘାସିରାମଙ୍କ ଚିତ୍କାର ଶୁଣି ସାହି ପଡ଼ିଶା ଦୌଡ଼ି ଆସିଥିଲେ । ପରେ ଉଦ୍ଧାର କରି ପରିବାର ଲୋକେ ଆମ୍ବୁଲାନ୍ସ ଯୋଗେ ଗୁରୁତର ଅବସ୍ଥାରେ କୋକସରା ମେଡିକାଲକୁ ଆଣିଥିଲେ । ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.