Below header

ଯାଜପୁର: ୧୬ନଂ ଜାତୀୟ ରାଜପଥରେ ପୁଣି ଦୁର୍ଘଟଣା, ଚାଲିଗଲା ଜିମ ବୟଙ୍କ ଜୀବନ

ଯାଜପୁର (କେନ୍ୟୁଜ): ୧୬ନଂ ଜାତୀୟ ରାଜପଥରେ ଆଉ ଏକ ଦୁର୍ଘଟଣା। ଦୁର୍ଘଟଣାରେ ଗଲା ଯୁବକର ଜୀବନ। ଘଟଣା ଘଟିଛି ଯାଜପୁର ଜିଲ୍ଲା ଜାରକା ଛକ ନିକଟରେ। ମୃତ ଯୁବକ ହେଲେ ଜାରକା ଅଞ୍ଚଳର ଆଦିତ୍ୟ ବର୍ମା। ସେ ଆଜି ଅପରାହ୍ନରେ ନିଜ ବାଇକ ଯୋଗେ ଜାତୀୟ ରାଜପଥ ପାର ହେଉଥିବା ସମୟରେ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା। ସ୍ଥାନୀୟ ଲୋକେ ନିକଟସ୍ଥ ଧର୍ମଶାଳା ମେଡିକାଲରେ ଭର୍ତି କରିଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଧର୍ମଶାଳା ପୋଲିସ ଘଟଣାସ୍ଥଳରେ ପହଂଚି ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରିବା ସହ ତଦନ୍ତ ଚଳାଇଛି। ମୃତ ଆଦିତ୍ୟ ଜାରକା ଅଂଚଳରେ ଜିମ ବୟ ଭାବେ ପରିଚିତ ଥିଲେ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.