Below header

୨୯ ବର୍ଷୀୟା ମହିଳାଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ, କାହାଣୀ ଥିଲା କିଛି ଏପରି

ହରିୟାଣାରେ ଏକ ଭିନ୍ନ ଧରଣର ଘଟଣା ଦେଖିବାକୁ ମିଳିଛି । ଏଠାରେ ଜଣେ ୨୯ ବର୍ଷୀୟା ମହିଳାଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗରେ ମାମଲା ରୁଜୁ କରାଯାଇଛି । ତେବେ ଅଭିଯୁକ୍ତ ମହିଳାଙ୍କ ଉପରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି ଜଣେ ୧୪ ବର୍ଷୀୟ ବାଳକ । ଏହାପରେ ମହିଳା ଜଣକ ଫେରାର ହୋଇଯାଇଛନ୍ତି ।

ସାଧାରଣତଃ ଆପଣ କୌଣସି ମହିଳାଙ୍କ ବିରୋଧରେ ଯୌନ ଶୋଷଣ କିମ୍ବା ଦୁଷ୍କର୍ମ ଅଭିଯୋଗ ବହୁତ କମ ଶୁଣିଥିବେ କିନ୍ତୁ ଏପରି ଏକ ଘଟଣା ଘଟିଛି ହରିୟାନାର ପଲବଲ ଜିଲ୍ଲାରେ । ଏଠାରେ ଜଣେ ମହିଳା ୧୪ ବର୍ଷର ଏକ ବାଳକ ସହ ଦୁଷ୍କର୍ମ କରିଥିଲେ ଆଉ ତାପରେ ପୀଡିତ ବାଳକ ବିରୋଧରେ ଆଗୁଆଁ ମାମଲା ରୁଜୁ କରାଇଥିଲେ ।

Image result for a-rape-case-has-been-filed-against-a-29-year-old-woman in haryana

ସୂଚନା ଅନୁଯାୟୀ ୨୦୧୯ ମସିହା ସେପ୍ଟେମ୍ବର ୧୩ ତାରିଖରେ ଜଣେ ବିଧବା ମହିଳା ଏକ ମାମଲା ରୁଜୁ କରାଇଥିଲେ । ତାଙ୍କ ଅଭିଯୋଗ ଅନୁଯାୟୀ ଚାରିବର୍ଷ ତଳେ କରେଣ୍ଟ ଲାଗିବା ଦ୍ୱାରା ତାଙ୍କ ପତିଙ୍କର ମୃତ୍ୟୁ ହୋଇଯାଇଥିଲା । ଯେଉଁ କାରଣରୁ ସେ ପଲବଲରେ ଏକ ଘର ଭଡା ନେଇ ରହୁଥିଲେ । ତେବେ ଏହି ସମୟରେ ତାଙ୍କର ଏକ ଯୁବକଙ୍କ ସହ ପରିଚୟ ହୋଇଥିଲା ଏବଂ ସେ ତାଙ୍କ ଘରକୁ ପ୍ରତିଦିନ ଯିବା ଆସିବା ମଧ୍ୟ କରୁଥିଲେ ।

ଏହା ମଧ୍ୟରେ ଯୁବକ ଜଣକ ମହିଳାଙ୍କୁ ଆଶ୍ୱାସନା ଦେଇଥିଲେ ଯେ ସେ ତାଙ୍କୁ ବିବାହ କରିବେ ବୋଲି ଯେଉଁଥିପାଇଁ ମହିଳା ଜଣକ ଯୁବକଙ୍କ କଥାରେ ରଜିହୋଇ ତାଙ୍କ ସହ ଶାରୀରିକ ସମ୍ବନ୍ଧ ରଖିଥିଲେ । ତେବେ କିଛିଦିନ ପରେ ମହିଳାଜଣକ ଗର୍ଭବତୀ ହୋଇଯାଇଥିଲେ । ଏହାପରେ ଯେତେବେଳେ ମହିଳା ଜଣକ ଯୁବକଙ୍କୁ ବିବାହ କଥା କହିଥିଲେ ସେ ରାଜି ହୋଇନଥିଲେ । ସେଥିପାଇଁ ସେ ଥାନାରେ ଯାଇ ଉକ୍ତ ଯୁବକଙ୍କ ବିରୋଧରେ ମାମଲା ରୁଜୁ କରାଇଥିଲେ ।

ମାମଲା ରୁଜୁ ହେବାପରେ ନାବାଳକ ଯୁବକଙ୍କୁ ବିଚାର ବିଭାଗୀୟ ହାଜତକୁ ନିଆଯାଇଥିଲା । ତେବେ ତଦନ୍ତରୁ ଜଣାପଡିଥିଲା ଯେ ଯୁବକଙ୍କ ବୟସ ୧୪ ବର୍ଷ । ଆଉ ତାପରେ କୋର୍ଟ ମହିଳାଙ୍କ ବିରୋଧରେ ପୋକ୍ସୋ ଆକ୍ଟ ଦ୍ୱାରା ଏକ ମାମଲା ରୁଜୁ କରି ଯୁବକକୁ ବାଳସୁଧାର ଗୃହକୁ ପଠାଇବା ପାଇଁ ଆଦେଶ ଦେଇଥିଲେ । କୋର୍ଟର ଅର୍ଡର ପରେ ମହିଳାଥାନା ପୋଲିସ ଜାନୁଆରୀ ୧୨ ତାରିଖରେ ମହିଳା ଆରୋପିଙ୍କ ବିରୋଧରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.