ଜାତୀୟ ଜନସଂଖ୍ୟା ପଞ୍ଜିକରଣ- ଏନ୍‌ପିଆର୍‌ ନେଇ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ, ଜବାବ ରଖିବାକୁ ଦେଲେ ନିର୍ଦ୍ଦେଶ

କେନ୍ୟୁଜ୍(ବ୍ୟୁରୋ): ଜାତୀୟ ଜନସଂଖ୍ୟା ପଞ୍ଜିକରଣ- ଏନ୍‌ପିଆର୍‌ ନେଇ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ । ଏ ନେଇ ଜବାବ ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜାନୁଆରୀ ୨୨ ତାରିଖରେ ନାଗରିକତା ସଂଶୋଧନ ଆଇନ- ସିଏଏ ସହ ମାମଲାର ଶୁଣାଣି ପାଇଁ ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି । ଏନ୍‌ପିଆର ନେଇ ନୋଟିଫିକେସନକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ ହୋଇଥିଲା । ପଶ୍ଚିମବଙ୍ଗର ୨୦ ଜଣ ଶିକ୍ଷକଙ୍କ ଦ୍ୱାରା ଦାଖିଲ ପିଟିସନର ଶୁଣାଣି କରି କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ୨୦୧୯ ମସିହା ଜୁଲାଇ ୩୧ ତାରିଖରେ ଜାତୀୟ ଜନସଂଖ୍ୟା ପଞ୍ଜିକରଣ ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ନୋଟିସ ଜାରି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.