Below header

ବଢୁଛି ଅନଲାଇନ ଠକେଇ: ମାସକରେ ଏକ କୋଟି ୪୦ ଲକ୍ଷ ଗାଏବ, ୧୨ ଶହ ୭ଜଣଙ୍କୁ ଚୂନ ଲଗାଇଛନ୍ତି ସାଇବର ଠକ

ଭୁବନେଶ୍ୱର : ଗୋଟିଏ ମାସରେ ସାଇବର ଠକ ଲୁଟିଲେ ଏକ କୋଟି ୪୦ ଲକ୍ଷ ୫୪ ହଜାର ଟଙ୍କା । ୧୨ଶହ ୭ଜଣଙ୍କୁ ଚୂନ ଲଗାଇଛନ୍ତି ସାଇବର ଠକ। ସାଇବର ଅପରାଧକୁ ରୋକିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ଖୋଲାଯାଇଥିବା ସାଇବର ହେଲ୍ପ ଡେସ୍କକୁ ଆସିଛି ଏଭଳି ଅଭିଯୋଗ।

ଭୁବନେଶ୍ୱରରେ ୩୬୮ଜଣଙ୍କ ଠାରୁ ଲୁଟିଛନ୍ତି ୫୨ଲକ୍ଷ ୧୬ହଜାର ଟଙ୍କା । କେତେବେଳେ ୟୁପିଆଇ କୋଡ ମାଗି ତ ଆଉ କେତେବେଳେ ଓଟିପି ମାଗି ଚୂନା ଲଗାଇଛନ୍ତି । ସାଇବର ଠକଙ୍କ ଠିକଣା ବି ସନ୍ଧାନ କରିଛି କମିଶନରେଟ ପୋଲିସ । ଝାଡଖଣ୍ଡର ଜମତରା ଗ୍ୟାଙ୍ଗ, ବିହାର ଦେଓଘର, ନୋଏଡା, କେରଳରୁ ଠକ କରିଛନ୍ତି ଫୋନ କଲ । କମିଶନରେଟ ପୋଲିସର ସାଇବର ହେଲ୍ପ ଡେସ୍କ ଗୋଲଡେନ୍‌ ସମୟ ଭିତରେ ଠକଙ୍କ ଠାରୁ ଗୋଟିଏ ମାସରେ ୭ଲକ୍ଷ ୧୯ହଜାର ଟଙ୍କା ବ୍ଲକ କରିବାରେ ସକ୍ଷମ ହୋଇଛି । ୨୨୯ଟି ନମ୍ବରକୁ ବ୍ଲକ କରାଯାଇଛି । ତେବେ ସ୍ମାର୍ଟ ସିଟିରେ ଠକେଇ ରୋକିବାକୁ ଆଗକୁ ଭୁବନେଶ୍ୱରରେ ସାଇବର ଥାନା ଖୋଲିବାକୁ ସରକାରଙ୍କୁ ପ୍ରସ୍ତାବ ଦେଇଛି କମିଶନରେଟ ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.