Below header

ବାଇ ଲ’ ପ୍ରତ୍ୟାହାରକୁ ସ୍ୱାଗତ କଲେ ଗଜପତି ମହାରାଜ ଦିବ୍ୟସିଂହ ଦେବ

ପୁରୀ : ପୁରୀ ଶ୍ରୀମନ୍ଦିର ପାଇଁ ଜାତୀୟ କୀର୍ତ୍ତିରାଜି ପ୍ରାଧିକରଣ-NMAର ବିବାଦୀୟ ଡ୍ରାଫ୍ଟ ବାଇ ଲ’ ପ୍ରତ୍ୟାହାରକୁ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ସ୍ୱାଗତ। ବିଜ୍ଞପ୍ତି ପ୍ରତ୍ୟାହାର ପାଇଁ କେନ୍ଦ୍ର ସରକାରଙ୍କ ତ୍ୱରିତ ପଦକ୍ଷେପକୁ ସେ ସ୍ୱାଗତ ଜଣାଇଛନ୍ତି । ଏଠି ସହ ଶ୍ରୀଜଗନ୍ନାଥ ମନ୍ଦିର ସଂକ୍ରାନ୍ତରେ ଯେ କୌଣସି ପଦକ୍ଷେପ ନେବା ପୂର୍ବରୁ ରାଜ୍ୟ ସରକାରଙ୍କ ସହିତ କେନ୍ଦ୍ର ଆଲୋଚନା କରିବାକୁ ଗଜପତି ମହାରାଜା ଅନୁରୋଧ ଜଣାଇଛନ୍ତି। ବିଶ୍ୱର ଅଗ୍ରଣୀ ଧାର୍ମିକ, ଆଧ୍ୟାତ୍ମିକ ଓ ସାଂସ୍କୃତିକ କେନ୍ଦ୍ର ରୂପେ ଶ୍ରୀଜଗନ୍ନାଥ ଧାମର ରୂପାନ୍ତରଣ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଭାଗିତାରେ ସମ୍ଭବ ହୋଇପାରିବ ବୋଲି କହିଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.