ଖେଳ ହେଲା କାଳ! ସାଙ୍ଗମାନେ ଉସୁକାଇବାରୁ ହୁଗୁଳି ନଦୀକୁ ଡେଇଁ ଜଣେ ମୃତ, ଜଣେ ନିଖୋଜ; ଭିଡିଓ ଭାଇରାଲ

କୋଲକାତା: ଖେଳ ହେଲା କାଳ । କୋଲକାତା ହୁଗୁଳି ନଦୀରେ ମୃତ୍ୟୁର ଖେଳ । ବ୍ରିଜରୁ ୭୦ ଫୁଟ ତଳକୁ ଡେଇଁ ଦୁଇ ଯୁବକ ମୃତ । କୋଲକାତା ବିଦ୍ୟାସାଗର ସେତୁ ଉପରୁ ଡେଇଁଲେ ଦୁଇ ଯୁବକ । ଅନ୍ୟ ସାଙ୍ଗ ମାନେ ଡେଇଁବା ପାଇଁ ଉତ୍ସାହିତ କରିଥିଲେ । ଯାହାର ଭିଡିଓ ଏବେ ଭାଇରାଲ ହୋଇଛି ।

ସୂଚନାନୁଯାୟୀ, କୋଲକାତା ବିଦ୍ୟାସାଗର ସେତୁ ଉପରେ ରେଲିଂ ପାର୍ଶ୍ୱରେ ପାଞ୍ଚ ଜଣ ବନ୍ଧୁ ଏକତ୍ର ହୋଇ ଭିଡିଓ ତିଆରି କରୁଥିଲେ। ସେମାନଙ୍କ ମଧ୍ୟରୁ ତିନି ଜଣ ଗଙ୍ଗାରେ ଡେଇଁବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ଦୁଇ ଜଣ ଡେଇଁଥିଲେ। ଅନ୍ୟ ବନ୍ଧୁ ମାନେ ଗଙ୍ଗାରେ ଡେଇଁବା ପାଇଁ ସେମାନଙ୍କୁ ଉତ୍ସାହିତ କରିଥିବା ଅଭିଯୋଗ ହୋଇଛି। ରିଭର ପୋଲିସ ଜଣକୁ ଉଦ୍ଧାର କରିଥିଲେ ମଧ୍ୟ ଏବେ ଯାଏଁ ଜଣେ ନିଖୋଜ ରହିଛି। ତେବେ ପୋଲିସ ସର୍ବେକ୍ଷଣରେ ଥିଲେ ମଧ୍ୟ ଏଭଳି ଘଟଣା କିପରି ଘଟିଲା ସେ ନେଇ ପ୍ରଶ୍ନ ଉଠିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.